UTKAL PRATIDIN

କୃଷି ଭବନରେ ୨ ଜଣ ସଫଳ କୃଷକଙ୍କ ସହ କଥା ହେଲେ ବିଲ୍ ଗେଟ୍ସ

ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସହ ଅଧ୍ୟକ୍ଷ ବିଲ୍ ଗେଟ୍ସ ଆଜି କୃଷି ଭବନ ପରିଦର୍ଶନ କରିଛନ୍ତି। ରାଜ୍ୟରେ କୃଷକଙ୍କ ଆୟ, ପୋଷଣ ନିରାପତ୍ତା ଏବଂ ଜଳବାୟୁ ସ୍ଥିରତାରେ ଉନ୍ନତି ଆଣିବା ଦିଗରେ ମିଳିତ ଲକ୍ଷ୍ୟ ହାସଲ କରିବା ପାଇଁ ଓଡ଼ିଶା ସରକାର ୨୦୧୭ ମସିହାରୁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ଭାଗିଦାରୀ କରି ଆସୁଛନ୍ତି।

ଏହି ଭାଗିଦାରୀ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟକୁ ଅଗ୍ରଣୀ ଭାବେ ଉଭା କରିବାରେ ସହାୟକ ହୋଇଛି ଏବଂ ସରକାର କୃଷକ ଓଡ଼ିଶା ଡାଟାବେସ୍, ଗୋ-ସୁଗମ ପୋର୍ଟାଲ୍ ଏବଂ ଆମ କୃଷି ସମ୍ପ୍ରସାରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି।

ପ୍ରଦର୍ଶନ ପରେ ଶ୍ରୀ ଗେଟ୍ସ ବିଭାଗ ଦ୍ୱାରା ସ୍ଥାପିତ ଡିଜିଟାଲ ପବ୍ଲିକ ଇନଫ୍ରା ମାଧ୍ୟମରେ ରାଜ୍ୟର ଦୁଇ ଜଣ ସଫଳ କୃଷକଙ୍କ ସହ ଆଲୋଚନା କରିଥିଲେ ଯେଉଁମାନେ ସେମାନଙ୍କ ଆୟ ଏବଂ ଅଭ୍ୟାସରେ ଉନ୍ନତି ଆଣିଛନ୍ତି। ଏହି ପ୍ରତିନିଧି ଦଳ କୃଷି ଭବନସ୍ଥିତ ମିଲେଟ୍ କାଫେ ପରିଦର୍ଶନ କରିଥିଲେ।

Exit mobile version