
ପୋଲଭରମ ପ୍ରକଳ୍ପକୁ ଅସ୍ତ୍ର କରି ବିଜେପି ସରକାରକୁ ଘେରିବାକୁ ନୂଆ ରଣନୀତି ପ୍ରସ୍ତୁତ କରିଛି ବିଜେପି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି ବିଜେଡିର ପୋଲାଭରମ ଟିମ।ପ୍ରକଳ୍ପ ଦ୍ୱାରା ମାଲକାନଗିରିବାସୀଙ୍କ ଭିଟାମାଟି ଓ ଜୀବନ ଜୀବିକା ଉଜୁଡି ଯିବ।ପୋଲଭରମ ପ୍ରକଳ୍ପ ସ୍ଥିତିକୁ ଆହୁରି ଜଟିଳ କରିଦେବ ।ନବୀନଙ୍କ ଶାସନ ସମୟରେନୂଆ କରି ପରିଚୟ ସୃଷ୍ଟି କରିଥିବା ସ୍ୱାଭିମାନ ଅଞ୍ଚଳ ଦୁର୍ଗମ ଅଂଚଳରେ ପରିଣତ ହେବ ।
ପୋଲଭରମ ପ୍ରକଳ୍ପର ବିରୋଧ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବିଜେଡି ଦଳ ।ଆନ୍ଧ୍ରପ୍ରଦେଶରେ ପୋଲାଭରମ ପ୍ରକଳ୍ପ ହେଲେ ଓଡିଶା କ୍ଷତି ସହିବ। ମାଲକାନଗିରି ମୋଟୁ ପଞ୍ଚାୟତ ସମେତ ୨୩୬ଟି ଗାଁର ଲୋକ କ୍ଷତିଗ୍ରସ୍ତ ହେବେ । ହଜାର ହଜାର ପରିବାର ଭିଟାମାଟି ଛାଡିପାରନ୍ତି । ୫ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲ ନଷ୍ଟ ହେବା ସହ ୧୦ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେବ । ସେଥିପାଇଁ ପ୍ରଥମରୁ ହିଁ ପ୍ରକଳ୍ପକୁ ଓଡିଶା ବିରୋଧ କରିଆସୁଛି । ଛତିଶଗଡ ଓ ତେଲେଙ୍ଗାନା ମଧ୍ୟ ପ୍ରକଳ୍ପକୁ ବିରୋଧ କରୁଛନ୍ତି ।
କେନ୍ଦ୍ର ବଜେଟରେ ପୋଲାଭରମ ପାଇଁ ଆନ୍ଧ୍ରକୁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା ହେବା ପରଠୁ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି ।ପୋଲଭରମ ପ୍ରକଳ୍ପ ବିରୋଧରେ ବିଜେଡି ନିଜର ସ୍ୱରକୁ ଶାଣିତ କରିଛି । ଏହି ପ୍ରକଳ୍ପ କାମକୁ ବିରୋଧ କରୁଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ପୋଲଭରମ ପ୍ରକଳ୍ପକୁ ନେଇ ଗଠନ କରାଯାଇଥିବା ଟିମରେ ନବୀନ ପଟନାୟକଙ୍କ ସହିତ ମୁନା ଖାଁ ପ୍ରଦୀପ ମାଝି ଭୃଗୁ ବକ୍ସି ପାତ୍ର, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ଆଦି ବିଜେଡିର ପ୍ରମୁଖ ନେତା ସାମିଲ ହୋଇଛନ୍ତି ।
ପୋଲଭରମ ପ୍ରକଳ୍ପକୁ ନେଇ ବିଜେଡି ଉଭୟ କେନ୍ଦ୍ର ଓ ରାଜ୍ୟର ଡବଲ ଇଂଜିନ ସରକାରକୁ କଡା ଟାର୍ଗେଟ କରିଛି । ନବୀନ ଶାସନରେ ପ୍ରକଳ୍ପ ସହ ବିଦେଶୀ କମ୍ପାନୀ ମାନେ ଓଡିଶା ଆସୁଥିଲେ । କିନ୍ତୁ ବିଜେପିର ଡବଲ ଇଂଜିନ ସରକାରରେ ଓଡ଼ିଶାର ପ୍ରକଳ୍ପ ସବୁ ଆନ୍ଧ୍ର ମୁହାଁ ହେଉଛି । ଯାହାର ପ୍ରମୁଖ ଉଦାହରଣ ସାଜିଛି ପୋଲଭରମ ପ୍ରକଳ୍ପ jsw ଶିଳ୍ପ ।
ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥାଇ ମଧ୍ୟ ଓଡିଶାରୁ ପ୍ରକଳ୍ପ ଚାଲିଯିବା ବିଜେପି ସରକାର ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲଭରମ ପ୍ରକଳ୍ପକୁ ନେଇ ବିଜେଡି ପ୍ରସ୍ତୁତ କରିଥିବା ରଣନୀତି ବିଜେପି ଉପରେ ଭାରୀପଡିବ ବୋଲି ଜନସାଧାରଣରେ ଚର୍ଚା ହେଉଛି ।