ଛତିଶଗଡ ଯବାନଙ୍କୁ ଏକ ବଡ ଧରଣର ସଫଳତା ମିଳିଛି ।କମ୍ବିଙ୍ଗ ଅପରେସନ ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଜଣ ନିପାତ ହୋଇଛନ୍ତି ।ଛତିଶଗଡ ପୋଲିସ ସୂଚନା ଅନୁସାରେ, ଶୁକ୍ରବାର ରାତିରୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଗୁଳି ବିନିମୟ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲେ ୫ ମାଓବାଦୀ । ଏହା ସହିତ ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ ହୋଇଛନ୍ତି ।
ସେମାନଙ୍କୁ ରାୟପୁରକୁ ଏୟାରଲିପ୍ଟ କରାଯାଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଏନକାଉଣ୍ଟର ପରେ ବିପୁଳ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି ।ଛତିଶଗଡ଼ର କାଙ୍କେର-ନାରାୟଣପୁର ସୀମାନ୍ତ ଜଙ୍ଗଲରେ ଶନିବାର ଏହି ଗୁଳିବିନିମୟ ଘଟିଛି।
ଘଟଣାସ୍ଥଳରେ ଯବାନମାନେ ଏକ ମାଓବାଦୀ ଶିବିର ଠାବ କରିବା ସହିତ ସେଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ପୋଷାକ ଜବତ କରିଛନ୍ତି। ଅପରାହ୍ନ ସୁଦ୍ଧା ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି। ଏହି ଘଟଣାରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏୟାର ଲିଫ୍ଟ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।