Site icon UTKAL PRATIDIN

ଭାରତକୁ ବଡ଼ ଝଟକା! ବିଶ୍ଵକପ୍ ରୁ ବାହାରିଲେ ହାର୍ଦ୍ଦିକ ପାଣ୍ଡ୍ୟା..

hardik-nd_202207857488

ବିଶ୍ୱକପ -2023 ମଧ୍ୟରେ ଟିମ୍ ଇଣ୍ଡିଆ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି l ଆହତ କାରଣରୁ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟୁର୍ନାମେଣ୍ଟରୁ ବାହାରିଛନ୍ତି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ପ୍ରସାଦ କୃଷ୍ଣ ସ୍ଥାନ ନେବେ। ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲିଂ କରୁଥିବା ବେଳେ ହାର୍ଦ୍ଦିକ ଆହତ ହୋଇଥିଲେ। ସେ ନିଜର ଓଭରର ସମ୍ପୂର୍ଣ୍ଣ କୋଟା ମଧ୍ୟ ବୋଲିଂ କରିପାରିନଥିଲେ। ଟୁର୍ଣ୍ଣାମେଣ୍ଟରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରସ୍ଥାନ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଝଟକା।

ହାର୍ଦ୍ଦିକ ଦଳକୁ ସନ୍ତୁଳନ ଦିଅନ୍ତି l ସେ ଷଷ୍ଠ ନମ୍ବରରେ ବ୍ୟାଟିଂ କରିବାକୁ ଆସନ୍ତି ଏବଂ ଦଳକୁ ଷଷ୍ଠ ବୋଲରଙ୍କ ବିକଳ୍ପ ମଧ୍ୟ ଦିଅନ୍ତି l ହାର୍ଦ୍ଦିକ ଆହତ ହେବା ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରାଯାଇଥିଲା। ସେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ 49 ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।

ଆଘାତ ହେତୁ ହାର୍ଦ୍ଦିକ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷରେ ଖେଳିପାରିନଥିଲେ। ବିସିସିଆଇ ଏବଂ ଦଳ ପରିଚାଳନା ନିଶ୍ଚିତ ଥିଲା ଯେ ହାର୍ଦ୍ଦିକ ସେମିଫାଇନାଲ ପାଇଁ ଫିଟ୍ ହେବେ, ଯେଉଁଥିପାଇଁ ଭାରତ ଯୋଗ୍ୟତା ଅର୍ଜନ କରିଛି, କିନ୍ତୁ ବର୍ତ୍ତମାନ ସେ ଠିକ୍ ସମୟରେ ପୁନରୁଦ୍ଧାର କରିବାରେ ବିଫଳ ହୋଇଛନ୍ତି। ଆଶା କରାଯାଉଥିଲା 10-15 ଦିନରେ ହାର୍ଦ୍ଦିକ ସୁସ୍ଥ ହୋଇଯିବେ, କିନ୍ତୁ ତାହା ହୋଇ ନଥିଲା।

Exit mobile version