Site icon UTKAL PRATIDIN

ରାସନକାର୍ଡଧାରୀଙ୍କ ପାଇଁ ବଡ ଖବର

Ration-Card-Holders

ରାସନକାର୍ଡଧାରୀଙ୍କ ପାଇଁ ବଡ ଖବର ଦେଇଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।କେନ୍ଦ୍ର ପରେ ରାଜ୍ୟ ବି ବଢାଇବ ମାଗଣା ଚାଉଳ ଅବଧି । ୨୦୨୮ ପର୍ଯ୍ୟନ୍ତ ବଢିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ଗରିବଙ୍କୁ ମାଗଣାରେ ଭିଟାମିନ୍ ଯୁକ୍ତ ଚାଉଳ ଯୋଗାଇ ଦେବେ କେନ୍ଦ୍ର ସରକାର । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନାରେ ମଧ୍ୟ ସେହି ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ ।ଯେଉଁ ପର୍ଯ୍ୟନ୍ତ ଶେଷ ବ୍ୟକ୍ତିଙ୍କର ଇ-କେୱାଇସି ସରିନାହିଁ, ସେତେବେଳେ ଯାଏଁ ଏହି ପ୍ରକ୍ରିୟା ଜାରି ରହିବ ବୋଲି ପୂର୍ବରୁ ମନ୍ତ୍ରୀ କହିଥିଲେ।

ସମସ୍ତ ଲୋକଙ୍କର ଇ-କେୱାଇସି ପ୍ରକ୍ରିୟା ସମାପ୍ତ ହେବା ପରେ ଅଯୋଗ୍ୟ ହିତାଧିକାରୀଙ୍କ ପ୍ରକୃତ ସଂଖା ଜଣା ପଡ଼ିବ। ସେମାନଙ୍କୁ ବାଦ୍ ଦିଆଯାଇ ନୂଆ କାର୍ଡ ପାଇଁ ଆବେଦନ କରିଥିବା ଯୋଗ୍ୟ ଆବେଦନକାରୀଙ୍କୁ କାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Exit mobile version