Site icon UTKAL PRATIDIN

ବିମାନଯାତ୍ରୀଙ୍କ ପାଇଁ ବଡ ଖବର,ମାର୍ଗଦର୍ଶିକା ଜାରି କଲା ଦିଲ୍ଲୀ ବିମାନବନ୍ଦର

WhatsApp-Image-2024-11-14-at-11.54.15-AM-750x430

ରାଜଧାନୀବାସୀ ଘନ କୁହୁଡି ଓ ପ୍ରଦୂଷଣ କାରଣରୁ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ପାରଦର ହ୍ରାସ କାରଣରୁ ଥଣ୍ଡାର ପ୍ରକୋପ ବଢିବାରେ ଲାଗିଛି ଏହା ସହ ପ୍ରଦୂଷଣର ମାତ୍ରା ମଧ୍ୟ ବୃଦ୍ଧି ପାଉଛି। ଯୁଆଡେ ଦେଖିଲେ ଖାଲି ଧୂଆଁମୟ ପରିବେଶ। ଦିଲ୍ଲୀ-ଏନସିଆର୍‌, ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଭୟଙ୍କର କୁହୁଡ଼ି ଦେଖିବାକୁ ମିଳିଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦିଲ୍ଲୀବାସୀ।

ବିଶେଷ କରି ଗାଡି ଚଳାଚଳରେ ବାଧା ପ୍ରାପ୍ତ ହେଉଛି। ଖଣ୍ଡେ ବାଟ ଯାଏଁ କିଛି ବି ଦୃଶ୍ୟମାନ ହେଉନାହିଁ। ଯେଉଁକାରଣରୁ ଦୁର୍ଘଟଣା ହେବାର ଆଶଙ୍କା ବୃଦ୍ଧି ପାଉଛି। ଘନ କୁହୁଡି ଯୋଗୁଁ ବିମାନ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ଦିଲ୍ଲୀ ବିମାନ ବନ୍ଦର ଏୟାରଲାଇନ୍ସ ସହ ଯୋଗାଯୋଗ କରି ଯାତ୍ରା କରିବାକୁ ପରାମର୍ଶ ଦେଇଛି।

Exit mobile version