Site icon UTKAL PRATIDIN

ପାଣିପାଗ ବିଭାଗର ବଡ ସୂଚନା, ପ୍ରବଳ ଛେଚିବ

images (2)

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପର ପ୍ରଭାବ ।ଗତ ଦୁଇଦିନ ହେବ ରାଜ୍ୟରେ ବର୍ଷର ପରିମାଣ ବଢିଥିବାବେଳେ ଆଜି ପାଗରେ ପରିବର୍ତ୍ତନ ଆସିଛି ।ସେହିପରି ରାଜ୍ୟରେ ଅନେକ ସ୍ଥାନରେ ଖରା ଅନୁଭୂତ ହୋଇଥିବା ବେଳେ କିଛି କିଛି ସ୍ଥାନରେ ହାଲୁକା ଧରଣର ବର୍ଷା ହୋଇଛି ।

ତେବେ ଏବେ ଟିକେ ବର୍ଷାର ପରିମାଣ କମିଥିଲେ ମଧ୍ୟ କିଛି ସ୍ଥାନରେ ଏହାର ପ୍ରଭାବ ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ ।ଏନେଇ ଆସନ୍ତା ୩ ଘଣ୍ଟା ପାଇଁ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଏହି ଦୁଇ ଜଲାରେ ହାଲୁକା ଧରଣ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

Exit mobile version