UTKAL PRATIDIN

‘ଟାଇଗର -3’ ପ୍ରଶଂସକଙ୍କ ପାଇଁ ଆସୁଛି ବଡ ଉପହାର…

ମୁମ୍ବାଇ : ବଲିଉଡ ଜଗତରେ ଦବଙ୍ଗ ଖାନ ରୂପେ ପରିଚିତ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଙ୍କ ଅଭିନୀତ ‘ଟାଇଗର-3’ କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ପ୍ରଶଂସକଙ୍କ ଉତ୍ସାହ ଦେଖି ଚଳଚ୍ଚିତ୍ର ନିର୍ମାତାମାନେ ଏକ ବଡ଼ ଘୋଷଣା କରିଛନ୍ତି।

YRF ଫାଉଣ୍ଡେସନ ଦିବସ ଅବସରରେ ‘ଟାଇଗର-3’ ଫିଲ୍ମ ର କିଛି ବିଶେଷ ତଥ୍ୟ ପ୍ରକାଶ ପାଇବ l ସୂତ୍ରରୁ ପ୍ରକାଶ ଯେ, ସେପ୍ଟେମ୍ବର 27 ରେ, YRF ୟଶ ଚୋପ୍ରାଙ୍କ ଜନ୍ମ ବାର୍ଷିକୀ ଅବସରରେ ‘YRF ଫାଉଣ୍ଡେସନ୍ ଡେ’ ପାଳନ କରୁଛି l ଏହି ଅବସରରେ ଆଦିତ୍ୟ ଚୋପ୍ରା ଏହି ଫିଲ୍ମ ଉପରେ କିଛି ତଥ୍ୟ ପ୍ରକାଶ କରିବେ।

ଏହି ଦିନ ମୁକ୍ତିଲାଭ କରିବ ଫିଲ୍ମ….

‘ଟାଇଗର-3’ର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା ଏବଂ ଏହାର ନିର୍ମାତା ହେଉଛନ୍ତି ଆଦିତ୍ୟ ଚୋପ୍ରା। ‘ଟାଇଗର’ ଫ୍ରାଞ୍ଚାଇଜ୍ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । 2012 ରେ ମୁକ୍ତିଲାଭ କରିଥିବା ‘ଏକ ଥା ଟାଇଗର’ ବକ୍ସ ଅଫିସରେ 320 କୋଟି ଟଙ୍କା ସଂଗ୍ରହ କରିଥିଲା। 2018 ରେ ମୁକ୍ତିଲାଭ କରିଥିବା ଦ୍ୱିତୀୟ କିସ୍ତି ‘ଟାଇଗର ଜିନ୍ଦା ହୈ’ ପ୍ରଥମ ରେକର୍ଡ ଭାଙ୍ଗି 434.82 କୋଟି ଟଙ୍କା ସଂଗ୍ରହ କରିଥିଲା। ବର୍ତ୍ତମାନ ଲୋକମାନେ ଏହାର ତୃତୀୟ ଭାଗକୁ ଅପେକ୍ଷା କରିଛନ୍ତି l ସଲମାନ ଖାନ ଏହି ଫିଲ୍ମରେ ଜଣେ ଏଜେଣ୍ଟ ଭୂମିକାରେ ନଜର ଆସିବେ। ଫିଲ୍ମ ‘ଟାଇଗର-3’ ଚଳିତ ବର୍ଷ ଦିୱାଲୀରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି ।

ଦମଦାର ଲୁକ ରେ ଆସୁଛି ଟାଇଗର…

ନିକଟରେ ସଲମାନ ଖାନଙ୍କୁ ‘କିସି କା ଭାଇ କିସି କା ଜାନ’ ଉପରେ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା। ଏହି ଫିଲ୍ମରୁ ପ୍ରଶଂସକମାନେ ବହୁତ ଆଶା କରିଥିଲେ, କିନ୍ତୁ ସମାଲୋଚକଙ୍କ ଅନୁଯାୟୀ ଫିଲ୍ମର ଯାଦୁ କାମ କରିନଥିଲା। ଦୁର୍ବଳ ସ୍କ୍ରିପ୍ଟ ଏବଂ ଦୁର୍ବଳ ସଂଳାପ ହେତୁ ଏହାର ଉତ୍ସାହ ଦର୍ଶକଙ୍କ ପାଖରେ ପହଞ୍ଚି ପାରିଲା ନାହିଁ l ଏଭଳି ପରିସ୍ଥିତିରେ ଦର୍ଶକ ଏବଂ ଭାଇଜାନ(ସଲମାନ ଖାନ) ନିଜେ ସେମାନଙ୍କ ‘ଟାଇଗର-3’ ‘ଠାରୁ ବହୁତ ଆଶା ରଖିଛନ୍ତି। ସେ ଏହି ଚଳଚ୍ଚିତ୍ର ମାଧ୍ୟମରେ ବକ୍ସ ଅଫିସରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି l ବିବାହ ପରେ ଏହା କ୍ୟାଟ୍ରିନା କୈଫଙ୍କର ପ୍ରଥମ ଚଳଚ୍ଚିତ୍ର ହେବ l

Exit mobile version