ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଏକ ବଡ ଧରଣର ବିସ୍ପୋରଣ ଘଟିଛି ।ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଏସ୍ଏମ୍ଏସ୍-୧ ୟୁନିଟ୍ରେ ଶନିବାର ସକାଳ ପ୍ରାୟ ସାଢେ ୯ଟା ବେଳେ ବିସ୍ଫୋରଣ ଘଟିଛି।ଗୁରୁତର ୫ ଶ୍ରମିକଙ୍କୁ ତୁରନ୍ତ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତରମାନେ ହେଲେ ହେମନ୍ତ କୁମାର ମେହର, ଭାଗବତ ମୁର୍ମୂ, ଜି.ବି କାଲୋ, କେ.କେ ବାରିକ ଓ ପ୍ରଦୀପ ଇକ୍କା ।ସେପଟେ ରାଉରକେଲା ଷ୍ଟିଲପ୍ଲାଣ୍ଟରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଏବେ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବଡ ବିସ୍ପୋରଣ
