କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ତୀବ୍ର ରୂପ ନେଇଥିଲାବେଳେ ଏସସିବି ମେଡିକାଲରେ ଘଟିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଦୁଇ ଜଣ ମହିଳା ରୋଗୀଙ୍କୁ ଇକୋ କରାଇବା ନାଁରେ ଦୁଷ୍କର୍ମ କରିଥିବା କାର୍ଡିଓଲୋଜି ବିଭାଗର ଅଭିଯୁକ୍ତ ରେସିଡେଣ୍ଟ ଡାକ୍ତର ଠାକୁର ଦିଲ୍ବାଗ୍ ସିଂଙ୍କୁ ଏସସିବି ମେଡିକାଲ କଲେଜରୁ ବହିଷ୍କାର କରାଯାଇଛି ।
ସୂଚନା ଅନୁଯାୟୀ, ପ୍ରଥମେ ଡାକ୍ତରୀ ଛାତ୍ରଙ୍କ ମାଇଁ ତଥା ୪୪ ବର୍ଷ ମହିଳା ପରୀକ୍ଷା କରାଇବା ପାଇଁ ଭିତରକୁ ଯାଇଥିଲେ । ପରୀକ୍ଷା ବେଳେ ରୁମ୍ ଭିତରକୁ ସାଙ୍ଗରେ ଯାଇଥିବା ସମ୍ପର୍କୀୟ ତଥା ଏସସିବି ଛାତ୍ରଙ୍କୁ ଡାକ୍ତର ସିଂ ବାରଣ କରି ବାହାରେ ଅପେକ୍ଷା କରିବାକୁ କହିଥିଲେ । ପ୍ରକୋଷ୍ଠ ଭିତରେ ଇକୋ ପରୀକ୍ଷା କରିବା ସମୟରେ ମହିଳାଙ୍କ ସହ ଅଭିଯୁକ୍ତ ଡାକ୍ତର ଅସଦାଚରଣ କରିଥିଲେ।
ଡିଏମଇଟିଙ୍କ ନେତୃତ୍ୱରେ ତିନି ଜଣିଆ ତଦନ୍ତ କମିଟି ଏହି ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏସସିବି ଅଧ୍ୟକ୍ଷଙ୍କୁ ଚିଠି କରିଥିଲେ ଡିଏମଇଟି। ଗତକାଲି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।
ତେବେ ଏସସିସିବି ମେଡିକାଲକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତେକ ଦିନ ହଜାର ହଜାର ରୋଗୀ ଆସୁଥିବାରୁ ଏପରି ଘଟଣାର ପୁନରାବୃତ୍ତି ନହେବା କଡା ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଏସସିସିବି କତ୍ତୃପକ୍ଷ।

