
ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର ।ବିଭିନ୍ନ ଶୈବ ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।ବିହାର ଜେହନାବାଦ ଜିଲ୍ଲାର ସିଦ୍ଧେଶ୍ୱର ମନ୍ଦିରରେ ଏକ ବଡ ଧରଣର ଅଘଟଣ ସାମ୍ନାକୁ ଆସିଛି ।ମନ୍ଦିରରେ ଅତ୍ୟଧିକ ଭିଡ ଯୋଗୁଁ ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ଜୀବନଙ୍କ ଚାଲିଯାଇଥିଲା ବେଳେ ୩୫ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ଆହତଙ୍କ ମଧ୍ୟରୁ ୯ଜଣ ଗୁରୁତର ହୋଇଥିଲା ବେଳେ ସେଥିରୁ ୩ଜଣ ମହିଳା ଥିବା ସୂଚନା ମିଳିଛି । ରବିବାର ରାତିରୁ ସିଦ୍ଧେଶ୍ୱରନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରାତି ପ୍ରାୟ ଗୋଟାଏ ବେଳେ ଏହି ଅଘଟଣ ଘଟିଥିବା ଖବର ମିଳିଥିଲା । ମନ୍ଦିରରେ ଦଳଚକଟାରେ ଏମିତି ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି ।