ଆମେରିକା: ଆମେରିକା ରାଷ୍ଟ୍ରପତି ଜୋ. ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ଏବେ ସମ୍ପୂର୍ଣ୍ଣରୁପେ ଆଇନ ଘେରରେ l ଖୁବ ଶୀଘ୍ର ସେ ଗିରଫ ହୋଇପାରନ୍ତି । ବେଆଇନ୍ ଭାବେ ବନ୍ଧୁକ ରଖିବା ଏବଂ ବନ୍ଧୁକ କିଣିବା ସମୟରେ ଭୁଲ୍ ତଥ୍ୟ ଦେବା ସହ ଟ୍ୟାକ୍ସ ଫାଙ୍କିବା ଡ୍ରଗ୍ସ ଅଭ୍ୟାସ ପରି ଅନେକ ଅଭିଯୋଗ ଘେରର ରହିଛନ୍ତି ଏବେ ଆମେରିକା ରାଷ୍ଟ୍ରପତିଙ୍କ ପୁଅ ହଣ୍ଟର ବାଇଡେନ୍ ।
ସୂଚନା ଅନୁସାରେ, ହଣ୍ଟର ବାଇଡେନ ୨୦୧୮ରେ ଡେଲାବେୟର କଲ୍ଟ କୋବ୍ରା ସ୍ପେଶାଲ ଷ୍ଟୋରରୁ ବନ୍ଧୁକ କିଣିବା ବେଳେ ତାଙ୍କୁ ଏକ ଫର୍ମ ପୂରଣ କରିବା ପାଇଁ ଦିଆଯାଇଥିଲା । କିନ୍ତୁ ସେଥିରେ ଭୁଲ୍ ତଥ୍ୟ ଦିଆଯାଇଥିବା ନେଇ ଏବେ ଅଭିଯୋଗ ଆସିଛି । ଉକ୍ତ ଫର୍ମରେ ସେ ଡ୍ରଗ୍ସ ନେଉ ନଥିବା କଥା ଲେଖିଥିଲେ ହେଲେ ସେହି ସମୟରେ ସେ ଡ୍ରଗ୍ସ ଅଭ୍ୟାସରେ ଥିଲେ ବୋଲି ଜଣାପଡିଛି ।

କେବଳ ସେତିକି ନୁହେଁ ନିଜ ବିଜନେସ୍ ଡିଲକୁ ନେଇ ମଧ୍ୟ ହଣ୍ଟର ଆଇନ ଘେରକୁ ଆସିଛନ୍ତି ବୋଲି ସୂଚନା ମିଳିଛି । ସେ ଆବଶ୍ୟକ ଟ୍ୟାକ୍ସ ଭରିନଥିବାର ଅଭିଯୋଗ ହୋଇଛି । ଏନେଇ ତାଙ୍କ ବିରୋଧରେ ୱାଶିଂଟନ୍ କିମ୍ବା କାର୍ଲିଫର୍ଣ୍ଣିଆରେ ଖୁବଶୀଘ୍ର ମାମଲା ରୁଜୁ କରାଯାଇପାରେ ବୋଲି ଜଣାପଡିଛି ।
ହଣ୍ଟର୍ ବାଇଡେନଙ୍କ ବିରୋଧରେ ଏହି ମାମଲା ପରେ, ୨୦୨୪ ନିର୍ବାଚନ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମସ୍ୟା ବଢିବାର ସମ୍ଭାବନା ରହିଛି । ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଜୋ ବାଇଡେନଙ୍କ ପଥରେ ହଣ୍ଟର୍ ବାଇଡେନଙ୍କ ମାମଲା ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିବ l