
ଆଜି ସକାଳୁ ଭୁବନେଶ୍ୱରରେ ଭୂକମ୍ପ ଅନୁଭୂତ ହୋଇଛି । ଖୁବ କମ ସମୟ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ଲୋକମାନଙ୍କୁ ସାମାନ୍ୟ ଝଟକା ଲାଗିଛି ।ଆଜି ସକାଳ ପ୍ରାୟ ୭ଟା ୧୫ ମିନିଟରେ ଭୁବନେଶ୍ୱରରେ ମୃଦୁ ଭୂମିକମ୍ପ ଅନୁଭୂତ କରାଯାଇଥିଲା। ବିଶେଷକରି ପୁରୁଣା ଭୁବନେଶ୍ବର ସମେତ ଭୀମଟାଙ୍ଗୀ, ସିଆର୍ପି, ନୟାପଲ୍ଲୀ ଅଞ୍ଚଳରେ କଂପନ ଅନୁଭୂତ ହୋଇଥିବା ଜଣାପଡ଼ିଛି। ତେବେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ଏଯାଏ ସ୍ପଷ୍ଟ କରାଯାଇନାହିଁ।