Site icon UTKAL PRATIDIN

ଭିଜିଲାନ୍ସ ଜାଲରେ ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ

IMAGE_1703133548

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଭୁବନେଶ୍ୱର ଓ ଗଞ୍ଜାମ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରୁଛି।

ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ପାଣ୍ଡରା ସ୍ଥିତ ପ୍ଲଟନମ୍ବର ୧୪୮୫ ସ୍ଥିତ ଗୋଟିଏ ମହଲା ଘର, ୧୪୮୪ରେ ଥିବା ତିନି ମହଲା ଘର, ଭବାନୀପୁରରେ ନୀଲାଚଳ ହାଇଟ୍ସର ବରହମପୁର-୨ରେ ଏକ ଆପାର୍ଟମେଣ୍ଟ, ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଅବସ୍ଥିତ ଏକ ଦୁଇ ମହଲା କୋଠା, ଲକ୍ଷ୍ମୀ ସାଗର କେନାଲ ରୋଡରେ ଥିବା ନୀଳାଚଳ ସିଟିରେ ଏକ ଆପାର୍ଟମେଣ୍ଟ, ଭୁବନେଶ୍ବରରେ ଶ୍ରୀ ଗନ୍ତାୟତଙ୍କ ଅଫିସ୍ ଚାମ୍ବର, ଭୁବନେଶ୍ୱର ୟୁନିଟ ୩ ସ୍ଥିତ ସରକାରୀ ବାସଭବନ ଓ ବ୍ରହ୍ମପୁର ବୈଦନାଥପୁର ସ୍ଥିତ ତାଙ୍କ ପୈତୃକ ରେଡ୍‌ ଚାଲିଛି।

Exit mobile version