Site icon UTKAL PRATIDIN

ନିଷ୍ପତ୍ତି ବଦଳାଇଲେ ଭୋଜପୁରୀ ଅଭିନେତା; ନିର୍ବାଚନ ଲଢ଼ିବାକୁ ନେଇ କଲେ ଘୋଷଣା

n59119259017103242362814a5f86997e9194bbfaa53ca002f69b8aa3cc1c3696ddab136193102509da1307

କୋଲକାତା: ନିର୍ବାଚନ ଲଢ଼ିବେ ଭୋଜପୁରୀ ଅଭିନେତା l ନିକଟରେ ପଶ୍ଚିମବଙ୍ଗର ଆସନସୋଲରୁ ନିର୍ବାଚନ ଲଢିବେ ନାହିଁ ବୋଲି ମନା କରିଥିଲେ ଭୋଜପୁରୀ ଅଭିନେତା ପଓ୍ବନ ସିଂ। ହେଲେ ବୁଧବାର ନିର୍ବାଚନ ଲଢିବା ନେଇ ସେ ନିଜେ ଘୋଷଣା କରିଛନ୍ତି। ଏକ୍ସ’ରେ ଟ୍ବିଟ୍‌ କରି ସେ କହିଛନ୍ତି ଯେ, ‘ଜନତା ଜନାର୍ଦ୍ଦନ ଓ ମା’ କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ପାଇଁ ଏଥର ମୁଁ ନିର୍ବାଚନ ଲଢିବି। ଆପଣ ସମସ୍ତଙ୍କର ଆଶୀର୍ବାଦ ଓ ସହଯୋଗ ଲୋଡା, ଜୟ ମାତା ଦି’।

ସୂତ୍ରରୁ ପ୍ରକାଶ ଯେ, ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ତାଲିକାରେ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ପଶ୍ଚିମବଙ୍ଗର ଆସନସୋଲରୁ ଅଭିନେତା ପଓ୍ବନ ସିଂଙ୍କୁ ଦଳ ଟିକେଟ୍‌ ଦେଇଥିଲା। ହେଲେ ଟିକେଟ୍‌ ମିଳିବାର ୨୪ଘଣ୍ଟା ମଧ୍ୟରେ ସେ ନିର୍ବାଚନ ଲଢିବାକୁ ନେଇ ମନା କରି ଦେଇଥିଲେ। ଏହାପରେ ସେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ସୂଚାନୁଯାୟୀ, ବର୍ତ୍ତମାନ ଆସନସୋଲ ସିଟ୍‌ରେ ଅଭିନେତା ଶତ୍ରୁଘ୍ନ ସିହ୍ନା TMC ଏମପି ଅଛନ୍ତି।

Exit mobile version