Site icon UTKAL PRATIDIN

ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ

107046628

ଲଖନଉ :  ସବୁ ଅପେକ୍ଷାର ଅନ୍ତ ହେଲା। ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମା ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସୋମବାର ସମ୍ପନ୍ନ ହୋଇଛି। ଗର୍ଭଗୃହରେ ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ଆର୍‌‌ଏସ୍‌‌ଏସ୍‌‌ ମୁଖ୍ୟ ମୋହନ ଭାଗବତ, ୟୁପି ରାଜ୍ୟପାଳ ଆନନ୍ଦୀବେନ୍‌‌ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିଛନ୍ତି।

https://www.facebook.com/share/v/3CmB7i3vaw6TGbzn/?mibextid=xOYQyo

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି। କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ପ୍ରାଣ ପ୍ରତିଷ୍ଠା ବେଳେ ହେଲିକପ୍ଟର ଦ୍ୱାରା ଆକାଶ ମାର୍ଗରୁ ପୁଷ୍ପବର୍ଷା ହୋଇଛି। ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି।

Exit mobile version