ଭରତପୁରରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ଏ ପ୍ରସଙ୍ଗ ନେଇ ଶନିବାର ବିଜୁ ମହିଳା ଜନତ ଦଳ ରାଜଭବନ ଆଗରେ ଧାରଣା ଦେବାକୁ ନିଷ୍ପତ୍ତି ନେବା ସହ ରାଜ୍ୟସରକାରଙ୍କ ଉପରେ ବର୍ଷୀଛି।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ସୁଲତା ଦେଓ, ବିଏମ୍ସି ମେୟର ସୁଲୋଚନା ଦାସ, ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀ ପ୍ରତି ଅମାନବୀୟ ଅତ୍ୟାଚାର କରାଯାଇଛି ।
ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡିଥିବା ବେଳେ ସରକାର ୧୦୦ଦିନର ପ୍ରତି ପାଳନ କରୁଛନ୍ତି ।ବିଜେପି ସରକାର ଶାସନ ଗାଦିକୁ ଆସୁ ଆସୁ ମୋ ସରକାରକୁ ପରିବର୍ତନ କରିଦେଲା ।ରାଜ୍ୟର ଏକ ମଡେଲ୍ ଥାନାରେ ଏଭଳି ଜଘନ୍ୟ ଘଟଣା ଘଟିଥିବା ବେଳେ ସରକାର ଚୁପ୍ ହୋଇ ବସିଛନ୍ତି।ଏହା କଁ ରାଜ୍ୟର ଡବଲ ଇଂଜିନ ସରକାରର ଦାଇତ୍ୱ ବୋଲି ପ୍ରଶ୍ନ କରିଛି ବିଜେଡି ସରକାର ।