ବଜେଟ ଅଧିବେଶନର ସପ୍ତମ ଦିନରେ ରାଜ୍ୟରେ ଥିବା ଆପାର୍ଟମେଣ୍ଟକୁ ନେଇ କଂଗ୍ରେସ ବିଧାୟକ ତରାବାହିନ ପତି ପାଟି ଗୃହରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ।ରାଜ୍ୟର ବିଭିନ୍ନ ସହରରେ ୭୧୯ ଆପାର୍ଟମେଣ୍ଟ ରହିଛି କିନ୍ତୁ କେବଳ ଭୁବନେଶ୍ୱରରେ ୬୮୯ଟି ଆପାର୍ଟମେଣ୍ଟ ରହିଛି ।ମନ୍ତ୍ରୀ ଏ ପ୍ରଙ୍ଗରେ ଉତ୍ତର ରଖିଥିଲେ ମଧ୍ୟ ବେଆଇନି ଆପାର୍ଟମେଣ୍ଟକୁ ନେଇ ଏକ ପ୍ରଶ୍ନ ଉଠିଛି ।
ଏହି ବେଆଇନି ଆପାର୍ଟମେଣ୍ଟ ପ୍ରସଙ୍ଗରେ ବିଏମସି ମେୟର ସୁଲଚାନା ଦାସ ମଧ୍ୟ ମନ୍ତବ୍ୟ ଦେଇଛନ୍ତି ।ସୁଲଚନା କହିଛନ୍ତି ସରକାରଙ୍କ ନିଷ୍ପତି ଯାହା ରହିବ ତାକୁ ବିଏମସି ମାନିବ ।ବିଏମସି ପାଖରେ କ୍ଷତିପୂରଣ ଦେବାକୁ ପଇସା ନାହିଁ,ତେଣୁ ଆପାର୍ଟମେଣ୍ଟ ଭାଙ୍ଗିଲେ ସେ ଅନୁଯାୟୀ କ୍ଷତିପୂରଣ ଦେବାକୁ ପଡିବ।ସରକାର ଯଦି କ୍ଷତି ପୂରଣ ଦେବେ ତାହାଲେ ଆମକୁ ଅନୁମତି ଦେଲେ ଆମେ ଭାଙ୍ଗିଦେବୁ ବୋଲି ସୂଚନା ଦେଇଛନ୍ତି ମେୟର ସୁଲଚନା ।