Site icon UTKAL PRATIDIN

ବ୍ରହ୍ମପୁର ମେୟରଙ୍କୁ ମିଳିଲା ଧମକ

Mayor_1730524674

ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇଙ୍କୁ ହତ୍ୟା ଧମକ ଆସିଛି ଏହି ଘଟଣାକୁ ନେଇ ଥାନାରେ ଅଭଯୋଗ ଦାୟର କରିଛନ୍ତି ମେୟର ।ଏନେଇ ମେୟର ଟାଉନ ଥାନାରେ ଏତଲା ଦେବା ସହ ଏକ ମାମଲା ରୁଜ୍ଜୁ କରିଛନ୍ତି ।ତେବେ ଗତ ୨୯ ତାରିଖରେ ମେୟରଙ୍କୁ ଏକ ଅଜଣା ନମ୍ବରରୁ କଲ ଆସିବା ସହ ହତ୍ୟା ଧମକ ମିଳିଥିଲା ।

ମେୟରଙ୍କ ଅଭିଯୋଗ ଆଧାରରେ ପୁଲିସ ଲଳିତ ମୋହନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଦୀର୍ଘବର୍ଷ ଧରି ଲଳିତ ବ୍ରହ୍ମପୁର ମହାନଗର ନିଗମରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ। କିଛି ଦିନ ପୂର୍ବେ ସେ ନିୟୋଜିତ ଥିବା ଯୋଜନା ବନ୍ଦ ହୋଇଯିବାରୁ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଥିଲା।

ତେବେ ମେୟରଙ୍କୁ ଲଳିତଙ୍କ ଦ୍ୱାରା କରାଯାଇଥିବା ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ତେବେ କାରଣ ପାଇଁ ଲଳିତ ମେୟରଙ୍କୁ ଏପରି ଧମକପୂର୍ଣ୍ଣ ଫୋନ୍ କଲ୍‌ କରିଥିଲେ ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଏନେଇ ଲଳିତମୋହନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Exit mobile version