Site icon UTKAL PRATIDIN

ଉପହାର ଦିଅନ୍ତୁ ଲାଫିଙ୍ଗ ବୁଦ୍ଧ, ଘରକୁ ଆସିବ ଖୁସି

laughing-buddha.jpg-11

ଭୁବନେଶ୍ଵର: ଭାରତରେ ଯେପରି ବାସ୍ତୁକୁ ଗୁରୁତ୍ବ ଦିଆଯାଏ ସେହିପରି  ଚୀନ  ଫେଙ୍ଗସୁଇ ପ୍ରତି ଲୋକଙ୍କ ଦୁର୍ବଳତା ରହିଛି । ଚୀନ ଲୋକମାନ୍ୟତା ଅନୁସାରେ ଘରେ ଲାଫିଙ୍ଗ ବୁଦ୍ଧ ଥିଲେ ବାସ୍ତୁର ସମସ୍ତ ତ୍ରୁଟି ଦୂରହୋଇଯାଏ ଓ ଲୋକେ ସମସ୍ୟାରେ ପଡନ୍ତିନି। ଲାଫିଙ୍ଗ ବୁଦ୍ଧକୁ ଉନ୍ନତିର ସୂଚକ ବୋଲି ଲୋକେ ମାନିଥାନ୍ତି। ଏଣୁ ଲୋକେ ସେମାନଙ୍କ ପ୍ରୀୟ ଜନଙ୍କୁ ଉପହାରରେ ଲାଫିଙ୍ଗ ବୁଦ୍ଧ  ଦେଇଥନ୍ତି । ତେବେ ଆସନ୍ତୁ ଜାଣିବା ଲାଫିଙ୍ଗ ବୁଦ୍ଧ ଉପହାର ଦେଲେ କଣହୁଏ …

କାହାକୁ ଲାଫିଙ୍ଗ ବୁଦ୍ଧ ଉପହାର ଦେବା ଅର୍ଥାନ ନିଜ ଭାଗ୍ୟର ଦ୍ବାର ଖୋଲିବା । ସେହିପରି ଯାହାକୁ ଲାଫିଙ୍ଗ ବୁଦ୍ଧ ଉପହାର ଦିଆଯାଏ ତାଙ୍କର ଭାଗ୍ୟ ମଧ୍ୟ ଚମକି ଥାଏ, ସଫଳତା ତାଙ୍କର ପଦ ଚୁମ୍ବନ କରିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଗିଫ୍ଚରେ ମିଳିଥିବା ଲାଫିଙ୍ଗ ବୁଦ୍ଧ ଅନେକ ଲାଭଦାୟୀ ହୋଇଥାନ୍ତି । ଏଭଳି ବୁଦ୍ଧଙ୍କୁ ଘରେ ରଖିଲେ ଘରେ ଆର୍ଥିକ ସମସ୍ୟା ଉପୁଜି ନଥାଏ। ଯାହାର ବ୍ୟବସାୟ ଚାଲୁନଥାଏ ପ୍ରତିଷ୍ଠାନରେ ଏଭଳି ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ବ୍ୟବସାୟରେ ଉନ୍ନତି ହୁଏ ।

କିମ୍ବଦନ୍ତୀ ଅନୁସାରେ ଲାଫିଙ୍ଗ୍ ବୁଦ୍ଧ ହେଉଛନ୍ତି ମହାତ୍ମା ଗୌତମ ବୁଦ୍ଧଙ୍କ ଜଣେ ଶିଷ୍ୟ। ତାଙ୍କର ପକୃତ ନାଁ ହେଉଛି ହୋତେଇ। ସେ ଜାପାନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଜ୍ଞାନ ପ୍ରାପ୍ତି ହେବାପରେ ସେ ଜୋରରେ ହସିବାକୁ ଲାଗିଥିଲେ। ଲୋକମାନଙ୍କୁ ହସେଇବା ଓ ତାଙ୍କୁ ଖୁସି ଦେଖିବା ତାଙ୍କ ଜୀବନର ଲକ୍ଷ୍ୟ ବୋଲି ସେ  ଗ୍ରହଣ କରିନେଇଥିଲେ। ଏଥିପାଇଁ ସେ ସବୁ ଜାଗାରେ ନିଜର ମୋଟା ପେଟକୁ ଦେଖାଇ ଲୋକଙ୍କୁ ହସାଇବାକୁ ଚେଷ୍ଟା କରୁଥିଲେ। ଏଥିପାଇଁ ଜାପାନ ଓ ଚୀନରେ ଲୋକ ତାଙ୍କୁ ହସୁଥିବା ବୁଦ୍ଧ ବା ଲାଫିଙ୍ଗ୍ ବୁଦ୍ଧ ବୋଲି ଡାକିବାକୁ ଲାଗିଲେ। ତାଙ୍କ ପରେ ତାଙ୍କର ଶିଷ୍ୟମାନେ ମଧ୍ୟ ତାଙ୍କର ଏହି କାର୍ଯ୍ୟକୁ ଆଗକୁ ବଢ଼ାଇଥିଲେ। ଲାଫିଙ୍ଗ୍ ବୁଦ୍ଧଙ୍କୁ  ଚୀନରେ ଲୋକ ଭଗବାନଙ୍କ ସହ ତୁଳନା କରିଥାନ୍ତି।

Exit mobile version