Site icon UTKAL PRATIDIN

ଚାଷୀଙ୍କୁ ମିଳିବ ଫାଇଦା; ବିଜେପିର ୩୧୦୦ କୁ କଂଗ୍ରେସର ୩୨୦୦

11

ଭୁବନେଶ୍ୱର: ରାତି ପାହିଲେ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଯେଉଁ ୨୦ ଟି ବିଧାନସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ସେଠାରେ ପ୍ରଚାର ଶେଷ ହୋଇଛି। ମତଦାନ ହେବାକୁ ଥିବା ୨୦ ଟି ସିଟରେ ୨୨୩ ଜଣ ପ୍ରାର୍ଥୀ ଲଢେଇରେ ରହିଥିବାବେଳେ ୪୦ ଲକ୍ଷ ୭୮ ହଜାର ୬୮୧ ମତଦାତା ମତ ସାବ୍ୟସ୍ତ କରିବେ। ତେଣୁ ଛତିଶଗଡ ନିର୍ବାଚନ ପୂର୍ବରୁ ବିଭିନ୍ନ ନିର୍ବାଚନ ପ୍ରତିଶ୍ରୁତିକୁ ନେଇ ଆଲୋଚନା ଜୋର ଧରିଛି।

କଂଗ୍ରେସ ଓ ବିଜେପି ପକ୍ଷରୁ ଇସ୍ତାହାରରେ ଲୋକଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦିଆଯାଇଛି। ବିଜେପି ପକ୍ଷରୁ ପୂର୍ବରୁ ଇସ୍ତାହାର ଘୋଷଣା କରାଯାଇଥିବାବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ଇସ୍ତାହାର ପ୍ରକାଶ ପାଇଛି। ସେଥିରେ କୃଷକଙ୍କୁ ଋଣଛାଡ଼, ରନ୍ଧନ ଗ୍ୟାସ ସିଲିଣ୍ଡରରେ ବଡ଼ ରିହାତି, ଜାତିଗତ ଜନଗଣନା ଆଦିକୁ ଫୋକସ କରାଯାଇଛି। ଭରୋସେ କା ଘୋଷଣାପତ୍ର ନାଁ ରେ ପ୍ରସ୍ତୁତ କରାଯାଇଥିବା ଏହି ଇସ୍ତାହାରକୁ ରାୟପୁର, ରାଜନାଂଦଗାଓଁ, ଜଗଦଲପୁର, ବିଳାଶପୁର, ଅମ୍ବିକାପୁର ଓ କୱର୍ଧା ଆଦି ୬ ଟି ଜାଗାରେ ଏକା ସାଙ୍ଗରେ ରିଲିଜ କରାଯାଇଛି।

କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିଲେ ସରକାର ପ୍ରତ୍ୟେକ ଚାଷୀଙ୍କ ଠାରୁ କ୍ୱିଣ୍ଟାଲ ପିଛା ୩୨୦୦ ଟଙ୍କା ଦରରେ ୨୦ କୁଇଣ୍ଟାଲ ଧାନ କିଣିବେ। ବିଜେପି ମଧ୍ୟ ନିଜ ଘୋଷଣା ପତ୍ରରେ ୩୧୦୦ ଟଙ୍କାରେ ୨୧ କ୍ୱିଣ୍ଟାଲ ଧାନ କିଣିବାକୁ ଘୋଷଣା କରିଛି। କୃଷି ପ୍ରଧାନ ଛତିଶଗଡରେ ଉଭୟ ଶାସକ କଂଗ୍ରେସ ଓ ବିଜେପି ଚାଷୀଙ୍କୁ ଫୋକସ କରିଛନ୍ତି। ଧାନ ମୂଲ୍ୟ ଛତିଶଗଡ ନିର୍ବାଚନରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରେ। ଯାହାକୁ ନେଇ ବିଜେପି କଂଗ୍ରେସ ଘୋଷଣା ପତ୍ରରେ ପ୍ରତିଯୋଗିତା ଦେଖିବାକୁ ମିଳିଛି।

Exit mobile version