Site icon UTKAL PRATIDIN

ଘରେ ବନାନ୍ତୁ ଲାଲ୍ ଲାଲ୍ ଇଡଲି, ଜାଣନ୍ତୁ କେମିତି…

91884175

ଭୁବନେଶ୍ଵର: ବିଟ୍‍ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ଶରୀରରେ ରକ୍ତର ଅଭାବ ଥିଲେ ଓ ମୋଟାପଣ ବୃଦ୍ଧି ହେଉଥିଲେ,ବିଟ୍‍ ଇଟିଲି ଖାଇବା ଦ୍ୱାରା ଖୁବ ଲାଭଦାୟକ ହୋଇଥାଏ। ଏହା କେବଳ ଖାଇବାକୁ ସ୍ୱାଦିଷ୍ଟ ନୁହେଁ, ଏହାର ପ୍ରସ୍ତୁତି ମଧ୍ୟ ଖୁବ ସହଜ। ଏଥିରେ କ୍ୟାଲୋରୀର ମାତ୍ରା ଖୁବ କମ ଥାଏ। ଏଥିରେ ମୁଖ୍ୟତଃ ପୋଟାସିୟମ, ଭିଟାମିନ ଏ, ଆଇରନ ଓ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ :-

ଭଜା ଯାଇଥିବା ସୁଜି – ୨କପ, ପାଣି – ଆବଶ୍ୟକ ପରିମାଣରେ, ସ୍ୱାଦ ଅନୁଯାୟୀ – ଲୁଣ, ଦହି – ୧କପ, ବିଟ୍‍ – ୧ଟି

ପ୍ରସ୍ତୁତି ପ୍ରଣାଳୀ :- 

ପ୍ରଥମେ ଏକ ପାତ୍ରରେ ସୁଜି, ଲୁଣ, ଦହି ଓ ୧କପ ପାଣିକୁ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ୧୦ ମିନିଟ୍‍ ରଖି ଦିଅନ୍ତୁ। ବିଟ୍‍ ର ଚୋପା ଛଡାଇ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାକୁ ପେଷି ଏକ ପାତ୍ରକୁ କାଢନ୍ତୁ। ଏହାକୁ ପୂର୍ବରୁ ପ୍ରସ୍ତୁତ କରିଥିବା ସୁଜି ମିଶ୍ରଣରେ ଭଲ ଭାବେ ମିଶାଇ ଦିଅନ୍ତୁ। ମିଶ୍ରଣ ଅଧିକ ବହଳିଆ ହୋଇଥିଲେ ସାମାନ୍ୟ ପାଣି ମିଶାନ୍ତୁ। ଏହାପରେ ଗ୍ୟାସରେ ଇଟିଲି ଛାଞ୍ଚ ବସାଇ ଏହାର ଖୋପରେ ତେଲ ଲଗାଇ ଏହି ମିଶ୍ରଣକୁ ଢାଳନ୍ତୁ। ଢାଙ୍କୁଣୀ ଦେଇ ୧୨ ରୁ ୧୪ ମିନିଟ୍‍ ଗ୍ୟାସରେ ବସାଇ ପ୍ରସ୍ତୁତ ପରେ ଏକ ପାତ୍ରକୁ କାଢନ୍ତୁ ବିଟ୍‍ ଇଟିଲି। ଏହାକୁ ସକାଳର ଜଳଖିଆ, ଦିନ ଓ ରାତି ଭୋଜନରେ ମଧ୍ୟ ଖାଇପାରିବେ।

Exit mobile version