 
        
ଖରା ଦିନ ହେଉ ଅବା ଶୀତ ଦିନ ବର୍ତ୍ତମାନ ପ୍ରତି ଘରେ ଏସି ଏକ ସାଧାରଣ ଉପକରଣ ହୋଇଗଲାଣି । ଲୋକେ ଫ୍ୟାନ ବଦଳରେ ଅଳ୍ପ ସମୟ ପାଇଁ ଏସିରେ ବସିବାକୁ ପସନ୍ଦ କରୁଛନ୍ତି । ଗରମରୁ ମୁକ୍ତି ପାଇବା ପାଇଁ ଖରାଦିନେ ପ୍ରତ୍ୟେକ ଲୋକ ଏସି କିଣିବାକୁ ମନକରନ୍ତି । କିନ୍ତୁ ବଜେଟ ଅଧିକ ହେତୁ ଏସି କିଣିବା ସବୁ ଲୋକଙ୍କ ପାଇଁ ସମ୍ଭବ ହୋଇପାରେ ନାହିଁ । ତେବେ ବର୍ତ୍ତମାନ ଗରମରୁ ମୁକ୍ତି ପାଇବା ପାଇଁ ଏକ ଭଲ ବିକଳ୍ପ ରହିଛି । ଅଳ୍ପ ଖର୍ଚ୍ଚରେ ଆପଣ ରୁମକୁ କରିପାରିବେ ଥଣ୍ଡା । ବାସ୍ତବରେ, ବଜାରରେ ଏପରି ଏକ ଏସି ଉପଲବ୍ଧ, ଯାହାର ମୂଲ୍ୟ ଫ୍ୟାନଠୁ ବି କମ୍ । ଅର୍ଥାତ ହାଜାରେ ଟଙ୍କାରୁ ବି କମ ମୂଲ୍ ଦେଇ ଆପଣ ଏକ ମିନି ଏସି କିଣିପାରିବେ । ଏହି କମ୍ ମୂଲ୍ୟର ମିନି ଏସି କୋଠରୀକୁ ଦୁଇ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ଥଣ୍ଡା କରିଦେବ । 
ବାସ୍ତବରେ, ଏହି ଏସି ସେହି ଲୋକମାନଙ୍କ ପାଇଁ ଡିଜାଇନ୍ କରାଯାଇଛି ଯେଉଁମାନେ ଅଧିକାଂଶ ସମୟ ଭ୍ରମଣରେ ବିତାଉଛନ୍ତି । ପ୍ରବଳ ଗରମରୁ ରକ୍ଷା ପାଇଁ ଆପଣ ମିନି ଏସି ମଧ୍ୟ କିଣି ପାରିବେ । କିଛି ଡିଜିଟାଲ ମାର୍କେଟିଂ ପ୍ଲାଟଫର୍ମରେ ମାତ୍ର ୯୪୭ ଟଙ୍କାରେ ଏହି ମିନି ଏସି ବିକ୍ରି ହେଉଛି । ଏହି ଏସି ବିଷୟରେ ବିଶେଷ କଥା ହେଉଛି ଆପଣ ଏହାକୁ ମଧ୍ୟ ସାଙ୍ଗରେ ନେଇ ଯାତ୍ରା କରିପାରିବେ । ଏହି ଏସିରେ ୩ ଟି ଆଡଜଷ୍ଟେବଲ୍ ସ୍ପିଡ୍ ମୋଡ୍ ମଧ୍ୟ ଅଛି, ଯାହାକୁ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରିପାରିବେ । କେବଳ ଏତିକି ନୁହେଁ, ଆପଣ ଏହା ସହିତ ଏକ ଏଲଇଡି ଲାଇଟ୍ ମଧ୍ୟ ପାଇପାରିବେ । ଏହିପରି, ଏହି ଏସି ଏକାସାଙ୍ଗରେ ଉଭୟ ଆଲୋକ ଓ କୁଲିଂ କାର୍ଯ୍ୟ କରିଥାଏ । ଆପଣ ଏହା ସହିତ USB କୁ ମଧ୍ୟ ସଂଯୋଗ କରିପାରିବେ । ଗୋଟିଏ ପଟେ ବଡ ଏସିର ମୂଲ୍ୟ ୨୫ ହଜାରରୁ ଆରମ୍ଭ ହେଉଥିବା ବେଳେ ଆପଣ ଏହି ଏସିକୁ କମ ମୂଲ୍ୟରେ କିଣିପାରିବେ ।
 
         
         
         
         
         
        