Site icon UTKAL PRATIDIN

ଲିପଷ୍ଟିକ ଲଗାଉଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ…

lipstick-for-chapped-lips-2000-8c770c72778d4828b5e79f3b94dea822-750x430-1-500x280

ଭୁବନେଶ୍ବର: ପ୍ରତ୍ୟେକ ମହିଳା ସୁନ୍ଦର ଦେଖା ଯିବା ପାଇଁ  ନିଜକୁ ସଜାଇ ଥାଆନ୍ତି, ଏଥିପାଇଁ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ର ବ୍ୟବହାର କରିଥାନ୍ତି । ସେହିସବୁ ମଧ୍ୟରୁ ଲିପଷ୍ଟିକ ସମସ୍ତଙ୍କର ପ୍ରିୟ ସାମଗ୍ରୀ । ମେକଅପ ହୋଇଥିବା ମୁହଁର ସୌନ୍ଦର୍ଯ୍ୟକୁ ଲିପଷ୍ଟିକ ଦ୍ବିଗୁଣିତ କରିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ଲିପଷ୍ଟିକ ଦ୍ୱାରା ଅନେକ ପ୍ରକାର ରୋଗ ହୋଇଥାଏ ।ଏକ ରିସର୍ଚ୍ଚ ରୁ ଜଣା ପଡଛି ନିୟମିତ ଲିପଷ୍ଟିକ ଲଗାଇବା ଦ୍ୱାରା ଅନେକ ମହିଳା କ୍ୟାନ୍ସରରେ ପୀଡିତ ହୋଇ ଥାଆନ୍ତି ।

ଯାହାକି ଜୀବନ ପ୍ରତି ବିପଦ ଆଣିଥାଏ । ଲିପଷ୍ଟିକରେ ଏଭଳି କେମିକାଲ ରହିଛି ଯାହା ଶରୀରରେ ଟକ୍ସିନ ଉତ୍ପନ କରିଥାଏ ।ଫଳରେ ଅନେକ ପ୍ରକାର ଶାରୀରିକ ସମସ୍ୟା ଦେଖାଦେଇଥାଏ । ଲିପଷ୍ଟିକରେ ପେଥାଲେଟସ ଓ ଲେଡ ନାମକ କେମିକାଲ ରହିଥାଏ । ଯାହା  ଅନେକ ସମୟ ରେ ଓଠ କୁ ରିଆକ୍ସନ କରି ଥାଆନ୍ତି ଏବଂ ଓଠ ରେ ଘା ମଧ୍ୟ ହୋଇଯାଇ ଥାଏ। ଏକ ଅଧ୍ୟୟନ ଅନୁସାରେ ଲିପଷ୍ଟିକ ରେ ଥିବା କେଡ଼ମିୟମ କେମିକାଲ କାରଣରୁ କିଡ଼ନୀ ଫେଲର ସମ୍ଭାବନା ଅଧିକ ଥାଏ।

ସବୁବେଳେ ଲିପଷ୍ଟିକ ଲଗାଇବା ଦ୍ବାରା ପେଟ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦେଖା ଯାଇଥାଏ ଫଳରେ କନସିଭ କରିବା ପାଇଁ ସମସ୍ୟା ହୋଇଥାଏ ।ଯଦି ଆପଣ ନିୟମିତ ଲିପଷ୍ଟିକ ଲଗାଉଛନ୍ତି ତେବେ ଲିପଷ୍ଟିକର ଏକ୍ସପlରି ଡେଟ ଚେକ କରନ୍ତୁ , ଭଲ ବ୍ରାଣ୍ଡ ର ଲିପଷ୍ଟିକ ଲଗାନ୍ତୁ ଏବଂ ଖାଦ୍ୟ ଖାଇବା ପୂର୍ବରୁ ଲିପଷ୍ଟିକୁ ଭଲ ଭାବରେ ପୋଛି ନିଅନ୍ତୁ ।

Exit mobile version