Site icon UTKAL PRATIDIN

ଇରାନ ଓ ଆମେରିକା ମଧ୍ୟରେ ଲାଲ ସାଗରରେ ଯୁଦ୍ଧ

1

ନୂଆଦିଲ୍ଲୀ : ଲାଲ ସାଗରରେ ଆମେରିକୀୟ ଟ୍ୟାଙ୍କର ଉପରେ ଇରାନ ଦଖଲ କରିବା ପରେ ଯୁଦ୍ଧ ସ୍ଥିତି ଉତ୍ପନ୍ନ ହୋଇଛି। ଇରାନର ଏହି ପଦକ୍ଷେପର ଜବାବରେ ୩୦୦୦ରୁ ଅଧିକ ଆମେରିକୀୟ ନୌ ସୈନିକ ଦୁଇ ଯୁଦ୍ଧପୋତରେ ଲାଲ୍ ସାଗରରେ ପହଞ୍ଚିଛନ୍ତି। ଆମେରିକା ନୌସେନା କହିଛି ଯେ ଦେଶର ନାଭିକ ଏବଂ ନୌ ସୈନିକ ପୂର୍ବ ନିର୍ଦ୍ଧାରିତ ମୁତୟନ ଅନୁସାରେ ସୁଏଜ କେନାଳ ଦେଇ ଲାଲ ସାଗରରେ ପ୍ରବେଶ କରିଛି।

ଅନ୍ୟପଟେ ଇରାନ ମଧ୍ୟ ଧମକ ଦେଇ କହିଛି, ସେ ଆମେରିକାର ଯେକୌଣସି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ। ଇରାନ ମଧ୍ୟ ଲାଲ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ନିଜ ନୌସେନାକୁ ହାଇ ଆଲର୍ଟରେ ରଖିଛି। ଆମେରିକୀୟ ନୌସେନାର ପଞ୍ଚମ ଜାହାଜର ମୁଖପାତ୍ର କହିଛି, ଆମେରିକୀୟ ନୌସେନାର ଯବାନ ଦୁଇଟି ଯୁଦ୍ଧପୋତରେ ଲାଲ ସାଗରରେ ପହଞ୍ଚିଛନ୍ତି। ଏହି ଦୁଇ ଯୁଦ୍ଧପୋତ ଏବଂ ୩୦୦୦ରୁ ଅଧିକ ନୌ ସୈନିକ ଏଠାରେ ପହଞ୍ଚିବା ପରେ ଲାଲ ସାଗରରେ ଆମେରିକାର ଶକ୍ତି ବହୁ ଅଧିକ ହୋଇଛି।

ଇରାନ ଗତ ଦୁଇ ବର୍ଷରେ ଏହି କ୍ଷେତ୍ରରେ ପ୍ରାୟ ୨୦ ଅନ୍ତର୍ଜାତୀୟ ପତାକା ଥିବା ଜାହାଜକୁ ଜବତ କରିଛି କିମ୍ୱା ନିଜ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରୟାସ କରିଛି। ଆମେରିକୀୟ ଜାହାଜ ସମୁଦ୍ର କୂଳରେ ସୈନିକ ଏବଂ ବାହନଗୁଡିକୁ ସହଜରେ ଓହ୍ଲାଇପାରିବ।

Exit mobile version