Site icon UTKAL PRATIDIN

ବାଂଲାଦେଶ ହିଂସାରେ ପ୍ରଡ୍ୟୁସରଙ୍କ ସମେତ ପୁଅକୁ ପିଟି ପିଟି ହତ୍ୟା

Murder_1723011002

ବାଂଲାଦେଶ ହିଂସା କମିବାର ନାଁ ଧରୁନି।ବିକ୍ଷୋଭକାରୀ ରାଜରାସ୍ତାରେ ନିରୀହ ଲୋକଙ୍କୁ କରୁଛନ୍ତି ଆକ୍ରମଣ ଚାଲିଯାଉଛି ଶତାଧିକ ଲୋକଙ୍କ ଜୀବନ ।ବାଂଲାଦେଶର ଜଣେ ଫିଲ୍ମ ପ୍ରଡ୍ୟୁସର ସଲିମ ଖାନ ଓ ତାଙ୍କ ପୁଅ ଶାନ୍ତୋ ଖାନଙ୍କୁ ପିଟି ପିଟି ମାରି ଦେଇଛନ୍ତି ବିକ୍ଷୋଭକାରୀ ।ସଲିମ ଓ ପୁଅ ଶାନ୍ତୋଙ୍କ ଜୀବନ ଉପରେ ବିପଦ ଆଶଙ୍କା ନେଇ ଗତ ଷୋମବାର ଘରୁ ବାହାରି ପଳାଇଯାଇଥିଲେ ,ସେହି ସମୟରେ ଫରକ୍କାବାଦରେ ବିକ୍ଷୋଭକାରୀଙ୍କ ସହ ମୁହାଁମୁହିଁ ହୋଇଯାଇଥିଲେ ।ସେଠାରୁ ସେମାନେ ଖସି ଯାଇଥିଲେ ମାତ୍ର ବଗରା ବଜାରରେ ଅନେକ ବିକ୍ଷୋଭକାରୀ ସେମାନଙ୍କୁ ଘେରି ଯାଇଥିଲେ ।ଉଭୟ ବାପା ପୁଅଙ୍କୁ ପିଟି ପିଟି ହତ୍ୟା କରିଥିଲେ ।

ସଲିମ ଖାନଙ୍କର କନେକ୍ସନ ଟଲିଉଡ଼ ସହ ବି ଥିଲା ।ସେ ବଙ୍ଗାଳି ଭାଷାରେ ୧୦ଟି ଫିଲ୍ମରେ ଟଙ୍କା ବିନିଯୋଗ କରିଥିବା ସୂଚନା ମିଳିଛି ।ବାଂଲାଦେଶ ସ୍ଥିତିରେ ସୁଧାର ଆଣିବା ପାଇଁ ନେତୃତ୍ୱ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ।ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ଗତକାଲି ତାଙ୍କୁ ମନୋନୀତ କରାଯାଇଛି ।

Exit mobile version