
ଢାକା: ବାଂଲାଦେଶରେ ଅନ୍ତରିମ ସରକାର ଗଠନ ପରେ ବି ଥମୁନି ହିଂସା | ଏବେ ପ୍ରଦର୍ଶନକାରୀ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ସମସ୍ତ ବିଚାରପତିଙ୍କ ଇସ୍ତଫା ଦାବି କରିଛନ୍ତି | ଏ ନେଇ ବିକ୍ଷୋଭକାରୀ ସୁପ୍ରିମକୋର୍ଟ ଘେରାଉ କରିଛନ୍ତି |
ସୂଚନା ଅନୁଯାୟୀ ଏହି ବିକ୍ଷୋଭକାରୀଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଅଛନ୍ତି | ଏମାନେ ସୁପ୍ରିମ କୋର୍ଟ ଘେରାଉ କରିବା ସହ ତୁରନ୍ତ ଇସ୍ତଫା ଦାବି କରିଛନ୍ତି |
ଶେଖ ହସିନା ଦେଶ ଛାଡି ଯିବା ପରେ ନୋବେଲ ପୁରସ୍କାର ବିଜେତା ତଥା ଅର୍ଥଶାସ୍ତ୍ରବିଦ ମୋହମ୍ମଦ ୟୁନୁସ ଅନ୍ତରୀଣ ସରକାର ମୁଖ୍ୟ ଭାବେ ଘୋଷଣା କରାଯାଇଛି | ମୋହମ୍ମଦ ୟୁନୁସ ନିଜ ପାଖରେ ପ୍ରତିରକ୍ଷା, ଶିକ୍ଷା, ରେଳବାଇ, କୃଷି, ବାଣିଜ୍ୟ ସହିତ ଅନେକ ବିଭାଗ ନିଜ ହାତରେ ରଖିଛନ୍ତି |
ସେହିପରି ଦେଶରେ ସଂରକ୍ଷଣ ବିରୋଧୀ ପ୍ରଦର୍ଶନର ମୁଖ୍ୟ ଥିବା ଜଣେ ଛାତ୍ର ନେତା ନାହିଦ ଇସ୍ଲାମଙ୍କୁ ଦେଶର ନବଗଠିତ ସରକାରରେ ମନ୍ତ୍ରୀପଦରେ ଅବସ୍ଥାପିତ କରାଯାଇଛି | ତାଙ୍କୁ ସୂଚନା ପ୍ରାଦ୍ୟୋଗିକ ଏବଂ ଡାକ ମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି |