 
        ନୂଆଦିଲ୍ଲୀ: ବାଂଲାଦେଶ ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି | ପ୍ରଧାନମନ୍ତ୍ରୀ ଶେଖ ହାସିନା ପଦରୁ ଇସ୍ତଫା ଦେବା ପରେ ଭାରତ ଆସିଥିଲେ | ସେଠାରେ ଅପରାହ୍ନ ୫.୩୬ ମିନିଟରେ ଗାଜିଆବାଦର ହିଣ୍ଡନ ଏୟାରବେସ୍ରେ ଲ୍ୟାଣ୍ଡ କରିଛନ୍ତି। ମିଲିଟାରୀ ହେଲିକପ୍ଟରରେ ବାଂଲାଦେଶ ଛାଡ଼ି ଭାରତ ଆସିଥିଲେ। ବାଂଲାଦେଶ ଏୟାରଫୋର୍ସର ଲକହିନ ସି-୧୩୦ ହର୍କୁଲେସ ହସିନାଙ୍କୁ ନେଇ ଭାରତ ଆସିଥିଲା |
ସେଠାରୁ ସେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯିବେ | ସେଠାରୁ ଲଣ୍ଡନ ଯିବାର କାର୍ଯ୍ୟକ୍ରମ ରହିଛି | ମିଳିଥିବା ସୂତ୍ରରୁ ଜଣାଯାଇଛି, ଶେଖ ହାସିନା ବ୍ରିଟେନରେ ଶରଣ ମାଗିଥିଲେ | ସେ ହିଣ୍ଡନରୁ ଲଣ୍ଡନ ଅଭୀମୁଖେ ଯିବେ | ହସିନାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଅଛନ୍ତି |
ତେବେ ହସିନା ପଶ୍ଚିମବଙ୍ଗ ଯିବାର ଥିଲା | ସେଠାରେ ସେ ରାଜନୈତିକ ଆଶ୍ରୟ ନେବେ ବୋଲି କହୁଥିଲେ | କିନ୍ତୁ ସେ ଗାଜିଆବାଦରେ ଓଲ୍ହାଇଥିଲେ ଏବଂ ସେଠାରୁ ଲଣ୍ଡନ ଯିବେ ବୋଲି ଜଣା ପଡିଛି |
ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସାରା ବାଂଲାଦେଶରେ ବ୍ୟାପିଛି ହିଂସା | ଏହି ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ, ୧୯୭୧ ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ, ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ରହିଛି। ଏହାକୁ ଘୋର ବିରୋଧ କରିଛନ୍ତି ଛାତ୍ର ସଂଗଠନ | ଏହାକୁ ପ୍ରତ୍ୟାହାର କରିବା ପାଇଁ ଛାତ୍ର ସଂଗଠନ ଦାବି କରିବା ସହ ଆନ୍ଦୋଳନକୁ ଓଲ୍ହାଇଛନ୍ତି | ତେବେ ଏହି ଆନ୍ଦୋଳନଙ୍କୁ ସବୁ ବର୍ଗର ଲୋକ ସମର୍ଥନ କରୁଥିବାରୁ ଏହା ଏକ ସରକାର ବିରୋଧୀ ଆନ୍ଦୋଳନରେ ପରିଣତ ହୋଇଛି |
 
         
         
         
         
         
        