Site icon UTKAL PRATIDIN

କମିବାର ନାଁ ଧରୁନି ବାଂଲାଦେଶ ହିଂସା,ଢାକାର ରାଜରାସ୍ତାକୁ ଓଲ୍ହେଇଲେଣି ହିନ୍ଦୁ

2024-07-19T135736Z_1858667889_RC26Y8AOEQ1G_RTRMADP_3_BANGLADESH-PROTESTS

ବାଂଲାଦେଶରେ ହିଂସା ବଢ଼ିବାରେ ଲାଗିଛି ।ହିନ୍ଦୁଙ୍କ ଉପରେ ଆକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି ।ଜାତିସଂଘ ମୁଖ୍ୟାଳୟ ବାହାରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଛି ।ୱାସିଂଟନର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ‘ହିନ୍ଦୁଆକ୍ସନ’ କହିଛି ଯେ ସବୁ ବର୍ଗର ଲୋକ ସ୍ବତଃସ୍ଫୁର୍ତ୍ତ ଭାବେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ। ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ କରି ଯେଉଁଭଳି ହିଂସା ଚାଲିଛି ତାହାକୁ ବିକ୍ଷୋଭକାରୀମାନେ ଗଣମାଧ୍ୟମକୁ କହିଛନ୍ତି ।

ଅନେକ ଆମେରିକୀୟ ସାଂସଦ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର ତୁରନ୍ତ ରୋକିବାକୁ ଦାବି କରିଛନ୍ତି।ବାଂଲାଦେଶରେ ଚାଲିଥିବା ରାଜନୈତିକ ହିଂସା ଓ ଧାର୍ମିକ ନିର୍ଯାତନାକୁ ଦୃଢ଼ ନିନ୍ଦା କରୁଛି।ହଜାର ହଜାର ଲୋକ ବାଂଲାଦେଶର ରାଜଧାନୀ ଢାକାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାଂଲାଦେଶର ୧୭ କୋଟି ଜନସଂଖ୍ୟାର ପ୍ରାୟ ୮ ପ୍ରତିଶତ ହିନ୍ଦୁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପାରମ୍ପରିକ ଭାବେ ହସିନାଙ୍କ ଆୱାମୀ ଲିଗ୍ ପାର୍ଟିକୁ ସମର୍ଥନ କରି ଆସୁଛନ୍ତି।

Exit mobile version