
ଢାକା:ନୋବେଲ ଶାନ୍ତି ପୁରସ୍କାର ବିଜେତା ଅର୍ଥଶାସ୍ତ୍ରବିଦ ମୋହମ୍ମଦ ୟୁନୁସ ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ମୁଖ୍ୟ ଭାବେ ଶପଥ ଗ୍ରହଣ କରି ସାରିଛନ୍ତି | କ୍ଷମତାକୁ ଆସିବା ପରେ ୟୁନୁସଙ୍କ ଆଚରଣ ଆଉ ଉଚ୍ଚାରଣ ବଦଳି ଯାଇଛି | ଦେଶର ମୁଖ୍ୟ ଭାବେ ଏକ ବୟାନ ଦେଇ ସେ ଭାରତକୁ ଚେତାବନୀ ଦେଇଛନ୍ତି |
ଏକ ନ୍ୟୁଜ ଚାନେଲକୁ ସାକ୍ଷାତ ଦେଇ ସେ କହିଛନ୍ତି, ଯଦି ବଙ୍ଗଳାଦେଶରେ କୌଣସି ପ୍ରକାର ଅସ୍ଥିରତା ଆସିଲା ତେବେ ମ୍ୟାମାର ସହ ଭାରତର ଉତ୍ତର-ପୂର୍ବ ଅଂଚଳ ଏବଂ ପଶ୍ଚିମବଙ୍ଗ ପ୍ରଭାବିତ ହେବ |
ଏଠି କହିରଖିବୁ, ୮୪ ବର୍ଷ ବୟସ୍କ ୟୁନୁଶ ଶେଖ ହସିନାଙ୍କର ଜଣେ କଟୁ ସମାଲୋଚକ | ବଂଲାଦେଶରେ ଅରାଜକତା ଦେଖା ଦେବା ପରେ ଶେଖ ହସିନା ଭାରତ ପଳାଇ ଆସିଥିଲେ | ବିଜିନେଶ ଷ୍ଟାଣ୍ଡାର୍ଡ ଅନୁଯାୟୀ ଯେଉଁ ଦିନ ୟୁନୁଶ ଏହି ସାକ୍ଷାତକାର ଦେଇଥିଲେ ସେହିଦିନ ଭାରତର ବିଏସଏଫ ପକ୍ଷରୁ କୁହ ଯାଇଥିଲା କି, ପଶ୍ଚିମ ବଙ୍ଗର ଆନ୍ତର୍ଜାତିକ ସୀମାରେ ଏକ ବଡ଼ ଗ୍ରୁପ ଭାରତକୁ ଅନୁପ୍ରବେଶ ପାଇଁ ଚେଷ୍ଟା କରୁଥିଲେ ଯାହାକୁ ଭାରତ ପକ୍ଷରୁ ରୋକ ଯାଇଥିଲା | ଏମାନଙ୍କ ସଂଖ୍ୟା ୧୨୦-୧୪୦ ଥିବା ବିଏସଏଫ ପକ୍ଷରୁ କୁହାଯାଇଛି |
ୟୁନୁସ କହିଛନ୍ତି, ବାଂଲାରେ ଅନେକ ବର୍ଷ ଧରି ଆଇନ କାନୁନ ବ୍ୟବସ୍ଥା ନଷ୍ଟ ହୋଇଯାଇଥିଲା | ଦେଶରେ ଏବେ ଅସ୍ଥିରତାଲାଗି ରହିଛି | ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନାଙ୍କ ଇସ୍ତଫା ଏଥିପାଇଁ ଦାବି କରାଗଲା କାରଣ ଦେଶର ଆଇନ କାନୁନ ବ୍ୟବସ୍ଥା ଅତି ଖରାପ ହୋଇଯାଇଥିଲା |