ବାଂଲାଦେଶ ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ଏବଂ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ରବିବାର ସକାଳେ ସଂଘର୍ଷ ଉପୁଜିଥିଲା ।ଚାକିରୀ ସଂରକ୍ଷଣକୁ ନେଇ ତୀବ୍ର ରୂପ ନେଇଛି ବାଂଲାଦେଶ ହିଂସା ।ଏହି ହିଂସାରେ ୧୪ଜଣ ପୁଲିସ କର୍ମଚାରୀଙ୍କ ଶହ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି ।
ଏହି ହିଂସାକୁ ନିୟନ୍ତ୍ରଣରେ ରଖିବାକୁ ଦେଶରେ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ମୋବାଇଲ ଇଣ୍ଟେର୍ନେଟ ସେବାକୁ ବନ୍ଦ କରିଦିଆଯାଇଛି ।ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାଜରାସ୍ତାକୁ ଓଲ୍ହାଇଛନ୍ତି ।ସରକାରୀ ସମ୍ପତି ଜଳାପୋଡ଼ା କରିବା ଶହ ଭଙ୍ଗାରୁଜା ମଧ୍ୟ କରିଛନ୍ତି ।ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବାଂଲାଦେଶ ଯାତ୍ରା ନକରିବା ପାଇଁ କେନ୍ଦ୍ର ସରକାର ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ଅସ୍ଥିର ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶର ଭାରତୀୟ କର୍ତ୍ତୃପକ୍ଷ ନାଗରିକମାନଙ୍କୁ ସତର୍କ ରହିବାକୁ କହିଛନ୍ତି।

ଭାରତ ସରକାର ସେଠାରେ ରହୁଥିବା ସମସ୍ତ ଭାରତୀୟଙ୍କ ପାଇଁ ହେଲ୍ପ ଲାଇନ୍ ଜାରି କରିଛନ୍ତି। ଏହି ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କଲେ ଢାକାସ୍ଥିତ ଭାରତୀୟ ହାଇକମିଶନ ନିଜ ନାଗରିକଙ୍କୁ ସାହାଯ୍ୟ କରିବ। ସୂଚନା ଅନୁଯାୟୀ, ବାଂଲାଦେଶରେ ମୋଟ ୭ ହଜାର ଭାରତୀୟ ରହୁଛନ୍ତି।ଭାରତ ସରକାର ନିଜ ନାଗରିକଙ୍କୁ ସତର୍କତା ଅବଲମ୍ବନ କରିବା ସହିତ ଅଯଥାରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ଭାରତୀୟ ହାଇକମିଶନ ଜରୁରୀକାଳୀନ ସହାୟତା ନମ୍ବର ଜାରି କରିଛନ୍ତି। ନମ୍ବର ଗୁଡିକ ହେଉଛି +8801958383679, +8801958383680, +8801937400591 ଏହି ସବୁ ନମ୍ବରକୁ କଲ କରି ଭାରତୀୟ ନାଗରିକ ସହାୟତା ମାଗି ପାରିବେ।