ବାଂଲାଦେଶ:ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ଧରୁନି | ବିକ୍ଷୋଭକାରୀମାନେ ସଂଖଲଘୁଙ୍କ ଘରଦ୍ୱାର ପୋଡି ଦେବା ସହ ଲୁଟପାଟ କରୁଛନ୍ତି | ସେତିକି ନୁହଁ, ମନ୍ଦିରରେ ଭଙ୍ଗାରୁଜା କରୁଛନ୍ତି | ବାଂଲାଦେଶରେ ଏବେ ହିନ୍ଦୁଙ୍କ ଧନ, ଜୀବନ ସବୁ ସଂକଟରେ | ଅନ୍ତରୀଣ ସରକାର ମଧ୍ୟ ଏ ଦିଗରେ କୌଣସି ଠୋସ ପଦକ୍ଷେପ ନେଇ ନାହାନ୍ତି |
ଏପରି ସ୍ଥିତିରେ ସାମ୍ନାକୁ ଆସିଛି ବଡ ବୟାନ | ଅନ୍ତରୀଣ ସରକାରରେ ଗୃହ ମନ୍ତ୍ରାଳୟର ପରାମର୍ଶଦାତା ବ୍ରିଜ୍ରେଡିଅର (ଅବସରପ୍ରାପ୍ତ) ଜେନେରାଲ ଏମ.ଶଖାଵତ ହୁସେନ ଅଳ୍ପସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟକୁ ସୁରକ୍ଷା ଦେବାରେ ବିଫଳ ହେବ କାରଣରୁ କ୍ଷମା ମାଗିଛନ୍ତି |
ସେ କହିଥିଲେ, ଆମେ ଅଳ୍ପସଂଖକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛୁ | ଏଥିପାଇଁ ଆମେ ଅଳ୍ପସଂଖକଙ୍କ ପାଖରେ ହାତଯୋଡ଼ି କ୍ଷମା ମାଗୁଛୁ | ଯେଉଁମାନେ ଏଠି ମେଜରିଟି ଅଛନ୍ତି, ଅଳ୍ପସଂଖକ ଭାଇ ଭଉଣୀଙ୍କୁ ସେମାନେ ସୁରକ୍ଷା ଦେବାକୁ ଆଗେଇ ଆସିବା ଦରକାର | କାରଣ ଏହା ଆମ ଧର୍ମର ଏକ ଅଂଶ | ଆମର କର୍ତ୍ତବ୍ୟ |
ସେ ଆହୁରି କହିଥିଲେ. ଆମେ ଏକ ଅରାଜକତା ଦେଇ ଗତି କରୁଛେ | ପୋଲିସର ସ୍ଥିତି ମଧ୍ୟ ଠିକ ନାହିଁ | ତଥାପି ମୁଁ ପୋଲସକୁ ଅନୁରୋଧ କରିବି ସଂଖ୍ୟାଲଘୁଙ୍କ ସୁରକ୍ଷା ଦାୟିତ୍ୱ ନେବେ | କାରଣ ସେମାନେ ଆମର ଭାଇ | ଆମେ ସେମାନଙ୍କ ସହ ଏକାଠି ଖେଳିଛେ, ବଢ଼ିଛେ..| ତେଣୁ ସେମାନଙ୍କର ସୁରକ୍ଷା ଆମର କର୍ତ୍ତବ୍ୟ | ଯଦି ଏହା ନ କରି ସେମାନେ ନମାଜ ପଢିବାକୁ ମସଜିଦ ଯାନ୍ତି ତେବେ ସେମାନଙ୍କୁ ଜବାବ ଦେବାକୁ ପଡି଼ବ ଯେ କାହିଁକି ଅଳ୍ପସଂଖ୍ୟକଙ୍କୁ ସୁରକ୍ଷା ମିଳିଲାନି ? ସେମାନଙ୍କ ସୁରକ୍ଷା ଆମ ଧର୍ମର ଏକ ଅଂଶ | ଶେଷରେ ସେ ହାତ ଯୋଡି ଅଳ୍ପସଂଖ୍ୟକଙ୍କ କ୍ଷମା ମାଗିଥିଲେ |
ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ହାତ ଯୋଡି କ୍ଷମା ମାଗିଲେ ବାଂଲା ଗୃହ ମନ୍ତ୍ରାଳୟ ପରାମର୍ଶଦାତା

