Site icon UTKAL PRATIDIN

ବାଂଲାଦେଶରେ ରାଜନୈତିକ ହିଂସା ବିଷୟରେ ୧୦ ଦିନ ପୂର୍ବରୁ ଖବର ପାଇଥିଲା ‘ର’

shekh hasina and banga bandhu

ବାଂଲାଦେଶ : ବାଂଲାଦେଶରେ ସରକାର ବଦଳିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଖାଲି କ୍ଷମତା ହରାଇବାକୁ ପଡିନାହିଁ, ଦେଶ ଛାଡିବାକୁ ପଡିଛି | ଯାହା ବି ହେଉ, କୌଣସି ପ୍ରକାରେ ବାଂଲାଦେଶ ଏୟାରଫୋର୍ସ ବିମାନରେ ଭାରତ ପଳାଇ ଆସି ଜୀବନ ବଞ୍ଚାଇ ଦେଇଛନ୍ତି |
ଶେଖ ହସିନା ଭାରତ ସମେତ ୟୁରୋପର ସମସ୍ତ ଦେଶରେ ରାଜନୈତିକ ଶରଣ ଖୋଜୁଛନ୍ତି | ତେବେ ପ୍ରଥମ ଥର ପାଇଁ ଶେଖ ହସିନା ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ହେଉନାହାନ୍ତି | ୧୯୭୫ରେ ଏମତି ତାଙ୍କର ବାପା-ମା ଏବଂ ତିନି ଭାଇ-ଭଉଣୀଙ୍କୁ ଅତି ନିର୍ଦୟ ଭାବେ ହତ୍ୟା କରାଯାଇଥିଲା |
ପେଙ୍ଗୁଇନ ଦ୍ୱାରା ପ୍ରକାଶିତ ପୁସ୍ତକ ndia’s Near East: A New History ଅନୁଯାୟୀ, ୧୯୭୫ ଅଗଷ୍ଟ ୧୫ ତାରିଖ ସକାଳୁ ସକାଳୁ ବିଦ୍ରୋହୀ ସେନା ଶେଖ ମୁଜିବୁର ରହମାନଙ୍କ ଧାନ ମଣ୍ଡିସ୍ଥିତ ଘର ମୁହାଁ ମାଡି ଆସୁଥିଲେ | ମୁଜିବୁର ରହମାନଙ୍କ ସିକ୍ୟୁରିଟି କିଛି ବୁଝିବା ଆଗରୁ ତାକୁ ମାରିଦିଆଗଲା |
ଏହା ପରେ ଉତକ୍ଷିପ୍ତ ସେନା ଘର ଭିତରେ ପଶିଥିଲେ | ଶେଖ ମୁଜିବୁର, ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା କରିଥିଲେ | ଏପରିକି ଶେଖ ମୁଜିବୁରଙ୍କ ୧୦ ବର୍ଷର ପୁଅ ଶେଖ ରାଶେଲଙ୍କ ମଧ୍ୟ ଛାଡି ନଥିଲେ | ଏହି ସମୟରେ ଶେଖ ହସିନା ସ୍ୱାମୀ ବାଜେଦ ମିଆଁ ଓ ସାନ ଭଉଣୀ ସହ ବ୍ରେସଲସ ଯାଇଥିଲେ | ଫଳରେ ତାଙ୍କର ଜୀବନ ବଂଚି ଯାଇଥିଲା |
ଅବିନାଶ ପାଳିବାଲଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ କୁହାଯାଇଛି, ଶେଖ ମୁଜିବୁର ରହମାନଙ୍କ ହତ୍ୟାର ୧୦ ଦିନ ପୂର୍ବରୁ ଭାରତକୁ ଜଣା ପଡିଯାଇଥିଲା କିଛି ଗଡ଼ବଡ଼ ଚାଲିଛି ବୋଲି | ଭାରତୀୟ ଗୋଇନ୍ଦା ସଂସ୍ଥା ‘ର’ ଚିଫ ଓ ଅନ୍ୟମାନେ ନିଷ୍ପତ୍ତି ନେଇଥିଲେ ଯେ ଢାକା ଯାଇ ମୁଜିବୁରଙ୍କୁ ଏ ବିଷୟରେ ଜଣାଇବେ | ଆଉ ଏହା କରିଥିଲେ ମଧ୍ୟ | ଶେଖ ମୁଜିବୁର ରହମାନଙ୍କୁ ଅନ୍ୟ କେଉଁଠିକୁ ଚାଲିଯିବାକୁ କହିଥିଲେ | ହେଲେ ମୁଜିବୁର ଏମିତି କରିବାକୁ ପୁରା ମନ କରି ଦେଇଥିଲେ |
ଶେଖ ମୁଜିବୁର ରହମାନଙ୍କୁ ବଞ୍ଚାଇବା ପାଇଁ ଆଉ କିଛି କରିବା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା | ଜାଣିଶୁଣି ଅଗଷ୍ଟ ୧୫ ତାରିଖ ଦିନ ରହମାନଙ୍କୁ ହତ୍ୟା କରିବା ଯୋଜନା ପ୍ରସ୍ତୁତ କରାଯାଇଥିଲା | ପାଳିବାଲ ଲେଖିଛନ୍ତି, ଏହିଦିନ ଭାରତ ତାର ସ୍ୱତନ୍ତ୍ରତା ଦିବସ ପାଳନ କରୁଥିବ | ବିଶେଷ କରି ପ୍ରତିରକ୍ଷା ବିଭାଗର ଧ୍ୟାନ ସ୍ୱତନ୍ତ୍ରତା ଦିବସ ପାଳନରେ ଥିବ | ମୁଜିବୁର ରହମାନଙ୍କ ହତ୍ୟା ପଛରେ ପାକ ଆତଙ୍କବାଦୀ ଗୋଷ୍ଠୀ ଆଇଏସଇର ହାତ ଥିବା କୁହାଯାଉଛି |
ଏହାପରେ ସେ ସମୟରେ କ୍ଷମତାରେ ଥିବା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶେଖ ହସିନା ଓ ତାଙ୍କ ଭଉଣୀଙ୍କୁ ଭାରତରେ ରାଜନୈତିକ ଆଶ୍ରୟ ଦେଇଥିଲେ | ଉଭୟେ ଭାରତରେ ୬ ବର୍ଷ ରହିଥିଲେ |

Exit mobile version