ଢାକା:ବିକ୍ଷୋଭକାରୀଙ୍କ ଚାପରେ ଇସ୍ତଫା ଦେଲେ ବାଂଲାଦେଶ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଅବଦୁଲ ହାସନ | ଦେଶରେ ଆଜି ବିକ୍ଷୋଭକାରୀ ଛାତ୍ର ସୁପ୍ରିମକୋର୍ଟ ଘେରାଉ କରିଥିଲେ ଏବଂ ଅବଦୁଲ ହସନଙ୍କୁ ଇସ୍ତଫା ଦେବା ପାଇଁ ଏକ ଘଂଟାର ମହଲତ ଦେଇଥିଲେ | ଅବଦୁଲ ହସନ ନବଗଠିତ ସରକାରଙ୍କ ପରାମର୍ଶ ବିନା ଆଜି ସମସ୍ତ ବିଚାରପତିଙ୍କ ବୈଠକ ଡାକିଥିଲେ | ଏହାକୁ ବିକ୍ଷୋଭକାରୀ ବିରୋଧ କରିଥିଲେ ଏବଂ ବିଚାରପତିଙ୍କ ଇସ୍ତଫା ଦାବି କରିଥିଲେ |
ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ, ବିଚାରପତିମାନେ ଷଡଯନ୍ତ୍ରର ଏକ ଅଂଶ | ତେବେ ବିରୋଧ ପରେ ବୈଠକ ରଦ୍ଦ କରିବାକୁ ପଡିଥିଲା | ସୂଚନାଥାଉ କି, ଅବଦୁଲ ହାସନଙ୍କୁ ଗତ ବର୍ଷ ସୁପ୍ରିମକୋର୍ଟ ପ୍ରମୁଖ ଭାବେ ନିଯୁକ୍ତ କରାଯାଇଥିଲା | ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିଶ୍ୱସ୍ତ ବୋଲି କୁହାଯାଏ |
ସୂଚନା ଥାଉ କି, ନୋବେଲ ଶାନ୍ତି ପୁରସ୍କାର ବିଜେତା ଅର୍ଥଶାସ୍ତ୍ରବିଦ ମୋହମ୍ମଦ ୟୁନୁସ ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ମୁଖ୍ୟ ଭାବେ ଶପଥ ଗ୍ରହଣ କରି ସାରିଛନ୍ତି | ହେଲେ ଆଜି ପ୍ରଦର୍ଶନକାରୀ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ସମସ୍ତ ବିଚାରପତିଙ୍କ ଇସ୍ତଫା ଦାବି କରି ସୁପ୍ରିମକୋର୍ଟ ଘେରାଉ କରିଥିଲେ |
ବିକ୍ଷୋଭକାରୀଙ୍କ ଚାପରେ ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନ ବିଚାରପତି
