Site icon UTKAL PRATIDIN

ବାତ୍ୟା ପାଇଁ ବାଲେଶ୍ୱରରେ ଘରୋଇ ବସ ଚଳାଚଳ ବନ୍ଦ

IMAGE_1729746811

ଉପକୂଳକୁ ମାଡି ଆସୁଛି ବାତ୍ୟା ଦାନା ।ଧୀରେ ଧୀରେ ଏହା ସ୍ଥଳ ଭାଗ ମୁହାଁ ହୋଇଛି ।ବାତ୍ୟା ଏବେ ପାରାଦୀପ ଠାରୁ ଦକ୍ଷିଣପୂର୍ବରୁ ୨୬୦ କି.ମି., ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୨୯୦ କି.ମି. ଦୂରରେ ଅବସ୍ଥିତ ଅଛି। ଏହାକୁ ଦୃଷ୍ଟିରେ ରଖି ଚାରିଆଡେ ସତର୍କତା ଅବଲମ୍ବନ କରାଯାଇଛି।ବାତ୍ୟା ଦାନା ପାଇଁ ବାଲେଶ୍ୱରରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି।

ବାଲେଶ୍ୱରରୁ ଚନ୍ଦନେଶ୍ୱର ଓ ଭୁବନେଶ୍ୱରକୁ ବସ୍ ଚଳାଚଳ ବନ୍ଦ ରଖାଯାଇଛି। ବାତ୍ୟା ସମୟରେ ଏହି ସବୁ ରୁଟ୍‌ରେ ବସ୍‌ ଚାଲିବ ନାହିଁ। ବସ୍ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘର ସୂଚନା ଦେଇଛି। ବାତ୍ୟା ସମୟରେ ଯେପରି କୌଣସି ଅଘଟଣ ନଘଟେ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଘରୋଇ ବସ୍‌ ମାଲିକ ସଂଘ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

Exit mobile version