Site icon UTKAL PRATIDIN

ପାକିସ୍ତାନରରେ ଟ୍ରେନ୍ ହାଇଜାକ୍ କଲେ ଆତଙ୍କବାଦୀ, ୪୫୦ ଯାତ୍ରୀ ବନ୍ଦୀ

Capture

ନୂଆଦିଲ୍ଲୀ: ସୀମା ଟପିଲା ଆତଙ୍କବାଦୀଙ୍କ ଆତଙ୍କ । ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଲା ଛାତିଥରା ଖବର । ପାକିସ୍ତାନରେ ଟ୍ରେନ୍ ଅପହରଣ କଲେ ଆତଙ୍କବାଦୀ । ଜାଫର ଏକ୍ସପ୍ରେସ ଟ୍ରେନ୍ ଅପହରଣ କଲେ ଆତଙ୍କବାଦୀ । ଟ୍ରେନ୍‌ରେ ଥିବା ୪୫୦ରୁ ଉର୍ଦ୍ଧ୍ଵ ଯାତ୍ରୀ ପଣବନ୍ଦୀ ଥିବା ସୂଚନା । ପଣବନ୍ଦୀ ଯାତ୍ରୀଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ଥିବା ସୂଚନା ମିଳିଛି । ସେପଟେ ଅପହରଣ ପାଇଁ ନିଜକୁ ଦାୟୀ କଲା ବେଲୁଚିସ୍ତାନ ଲିବରେସନ ଆର୍ମି । ଟ୍ରେନ୍‌ଟି କ୍ବେଟାରୁ ପେଶାୱର ଯାଉଥିବା ବେଳେ ଅପହରଣ ହୋଇଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ ପାକିସ୍ତାନ ରେଳପଥ ଅନ୍ତର୍ଗତ ଜାଫର ଏକ୍ସପ୍ରେସକୁ ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର  ସଶସ୍ତ୍ର ବିଦ୍ରୋହୀମାନେ ବୋଲାନଠାରେ ଅପହରଣ କରିନେଇଥିବା ଦାବି କରିଛନ୍ତି । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ସେନା ଅଧିକାରୀ ଓ ଯବାନ ଥିବା କୁହାଯାଉଛି । ଟ୍ରେନକୁ ଅପହରଣ କରିନେବା ପରେ ଆତଙ୍କବାଦୀମାନେ ସେଥିରେ ଥିବା ୬ ସେନା ଅଧିକାରୀଙ୍କୁ ମାରିଦେଇଛନ୍ତି । ବିଏଲଏ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହି ଅପହରଣ ପାଇଁ ନିଜକୁ ଦାବି କରାଯାଇଛି । ଟ୍ରେନକୁ ମୁକୁଳାଇବାକୁ ପାକିସ୍ତାନୀ ସେନାର ଏକ ଦଳକୁ ପଠାଯାଇଛି । ତେବେ ଟ୍ରେନ ଉପରେ ଯଦି ପାକ୍ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ସମଗ୍ର ଯାତ୍ରୀଙ୍କୁ ହତ୍ୟା କରାଯିବ ବୋଲି ବିଏଲଏ ଧମକ ଦେଇଛି । ଏହି ରକ୍ତପାତ ପାଇଁ ପାକ୍ ସେନା ଓ ସରକାର ଦାୟୀ ରହିବେ ବୋଲି ବିଏଲଏ କହିଛି ।

Exit mobile version