Site icon UTKAL PRATIDIN

ମହାନଦୀ ପଠାରେ ବର୍ଷ ସାରା ଚାଲିବ ମିନି ବାଲିଯାତ୍ରା

cuttack-balijatra (1)

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଏଣିକି ମହାନଦୀ ପଠାରେ ବର୍ଷ ତମାମ ଚାଲିବ ମିନି ବାଲିଯାତ୍ରା ।ଐତିହାସିକ କଟକ ବାଲିଯାତ୍ରା ପ୍ରତି ରହିଛି ରାଜ୍ୟବାସୀଙ୍କର ଅହେତୁକ ଆକର୍ଷଣ। ବର୍ଷକରେ ଥରେ ପଡ଼ୁଥିବା ଏହି ବାଲିଯାତ୍ରା ବୁଲିବାକୁ ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସିଥାନ୍ତି। ମାତ୍ର ଏବେ ଆଉ ବର୍ଷଯାକ ଅପେକ୍ଷା କରିବାକୁ ପଡ଼ିବନି। କାରଣ ବର୍ଷସାରା ମହାନଦୀ ପଠାରେ ହେବ ମିନି ବାଲି ଯାତ୍ରା।

ଆଉ ବର୍ଷକରେ ଥରେ ହେବ ପୂର୍ଣ୍ଣ ବାଲି ଯାତ୍ରା।କଟକ ବାଲିଯାତ୍ରାର ଷଷ୍ଠ ସନ୍ଧ୍ୟାରେ ଗତ ରାତିରେ ବାଲି ଯାତ୍ରା ପରିଦର୍ଶନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଅବସରରେ ସେ କହିଛନ୍ତି, ଖୁବଶୀଘ୍ର ଆରମ୍ଭ ହେବ ମହାନଦୀ ରିଭର ଭିୟୁ ଫ୍ରଣ୍ଟ କାମ। ମହାନଦୀ ପଠାରେ ବର୍ଷ ତମାମ ଚାଲିବ ମିନି ବାଲିଯାତ୍ରା । ଚିତ୍ତବିନୋଦନ ପାଇଁ ହେବ ସ୍ଥାୟୀ ପ୍ରକଳ୍ପ । ଆମ୍ୟୁଜମେଣ୍ଟ ପାର୍କ, ବ୍ୟାପକ ଗଛ ଲଗାଯିବ । ଏଥିସହ ଫୁଟପାଥ, ଛୋଟପିଲାଙ୍କ ମନୋରଞ୍ଜନ ପାଇଁ ବ୍ୟବସ୍ଥା ରହିବ।

Exit mobile version