Site icon UTKAL PRATIDIN

ମଉଲିଲା କେଜ୍ରିୱାଲଙ୍କ ଜାମିନ ଆଶା

Chief-minister-Arvind-Kejriwal--HT-Photo-_1723570793435_1723572240742

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଦିନ କାଟୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।କେଜ୍ରିୱାଲଙ୍କୁ ଆଜି ଜାମିନ ମିଳିନଥିବାରୁ ସୁପ୍ରିମକୋର୍ଟରେ ଆଜି ତାଙ୍କୁ ନିରାଶ ହେବାକୁ ପଡ଼ିଛି।ଆଜି ତାଙ୍କ ଅନ୍ତରୀଣ ଜାମିନ ଆବେଦନ ମଞ୍ଜୁର କରିନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ମନିଷ ସିସୋଦିଆଙ୍କୁ ମିଳିଥିବା ଜାମିନର ଉଦାହରଣ ଦେଇ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି କେଜ୍ରିୱାଲଙ୍କୁ ମୁକୁଳାଇବାକୁ ଚେଷ୍ଟା କରୁଥିଲେ।ମାତ୍ର ତାଙ୍କ ଯୁକ୍ତିକୁ କୋର୍ଟ ଆଜି ଗ୍ରହଣ କରିନାହାନ୍ତି ଓ ଶେଷରେ ଆଜି ପାଇଁ ନିରାଶ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଆଜି କୋର୍ଟ କେଜ୍ରିୱାଲଙ୍କୁ ନିରାଶ କରିଥିଲେ ବି ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନିମନ୍ତେ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି

Exit mobile version