Site icon UTKAL PRATIDIN

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡରେ ଆସିଲା ନୂଆ ମୋଡ

IMAGE_1728803442

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି ।ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ସୋସିଆଲ ମିଡିଆରେ ଏହା ଲେଖି ପୋଷ୍ଟ କରିଛି ।ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାରେ ଲାଗିଛି ।ଫେସ୍‌ବୁକ୍‌ରେ ଲରେନ୍ସ ଗ୍ୟାଙ୍ଗ ତରଫରୁ ଏକ ପୋଷ୍ଟ ସେୟାର ହୋଇଛି।

ଏଥିରେ ଲେଖା ଅଛି, ସଲମାନ ଖାନଙ୍କ ସହ ଆମେ କୌଣସି ଯୁଦ୍ଧ ଚାହୁଁନଥିଲୁ। କିନ୍ତୁ ବାବାଙ୍କ ହତ୍ୟା ହେବାର କାରଣ ହେଉଛି ଦାଉଦ ଇବ୍ରାହିମ ଏବଂ ଅନୁଜ ଥାପନଙ୍କ ସହ ତାଙ୍କର ସମ୍ପର୍କ ଥିଲା।ସୂଚନାଅନୁସାରେ, ୧୨ ଅକ୍ଟୋବର ରାତିରେ ବାବା ସିଦ୍ଦିକିଙ୍କୁ ତିନିଜଣ ଗୁଳି କରିଥିଲେ।

ଏହି ତିନିଜଣ ଶୁଟର ୬ ରାଉଣ୍ଡ ଗୁଳି ଚଳାଇଥିଲେ, ସେଥିମଧ୍ୟରୁ ଗୋଟିଏ ସିଦ୍ଦିକିଙ୍କ ଛାତିରେ ବାଜିଥିଲା। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅକ୍ଟୋବର ୧୩ ସକାଳେ ବାବା ସିଦ୍ଦିକିଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ କପୁର୍‌ ହସ୍ପିଟାଲକୁ ନିଆଯାଇଥିଲା। ଏହା ପରେ ତାଙ୍କ ମୃତଦେହକୁ ଶେଷ ଦର୍ଶନ ପାଇଁ ତାଙ୍କ ଘରେ ରଖାଯିବ ଏବଂ ତା’ପରେ ରାତି ୮ଟା ୩୦ରେ ମେରାଇନ ଡ୍ରାଇଭରେ ସମାଧି ଦିଆଯିବ।

Exit mobile version