ବିଭ୍ରାନ୍ତିକର ବିଜ୍ଞାପନ ପ୍ରସାରଣ କରିବା ମାମଲାକୁ ନେଇ ଗତ କିଛି ଦିନ ହେବ ଚର୍ଚା ଜୋର ଧରିଥିଲା ।ଯୋଗଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ମିଳିଛି ବିଭ୍ରାନ୍ତିକର ବିଜ୍ଞାପନ ଅବମାନନା ମାମଲାକୁ ଆଜି ବନ୍ଦ କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ଏହି ମାମଲାରେ ଉଭୟଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ମାମଲା ବନ୍ଦ କରିଥିବା ସୂଚନା ମିଳିଛି ।ଆଗକୁ ଏପରି ପ୍ରଚାର ପ୍ରସାର କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।ଏଥିସହ ପତଞ୍ଜଳି ବିରୁଦ୍ଧରେ ଥିବା ସମସ୍ତ ମାମଲାକୁ ବନ୍ଦ କରି ଦେଇଛନ୍ତି କିନ୍ତୁ ଯଦି ଏହି ନିୟମ ଉଲଂଘନ ହୁଏ ତାହାଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି।
ଇଣ୍ଡିଆନ ମେଡିକାଲ ଆସୋସିଏସନ (IMA) ପକ୍ଷରୁ କୋଭିଡି-୧୯ ଟୀକାକରଣ ବିରୁଦ୍ଧରେ ଅଭିଯୋଗ ହୋଇଥିଲା ।ଏହି ଆବେଦନରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ବିଜ୍ଞାପନ ହେତୁ ଏଲୋପାଥି ଓଷଧ ଅବହେଳିତ ହେଉଛି ।ଏହାକୁ ନେଇ ମାମଲା ମଧ୍ୟ ରୁଜୁ ହୋଇଥିଲା । ପତଞ୍ଜଳି ଆୟୁର୍ବେଦ ମିଥ୍ୟା ଓ ବିଭ୍ରାନ୍ତିକର ବିଜ୍ଞାପନ ତୁରନ୍ତ ବନ୍ଦ କରିବାକୁ କୋର୍ଟକୁ ମଧ୍ୟ ଚେତାବନୀ ଦେଇଥିଲେ ।