Site icon UTKAL PRATIDIN

ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲା ବାବା ପଞ୍ଚୁଲିଙ୍ଗେଶ୍ୱର ଦର୍ଶନ

panch-750x430

ଲଗାଣ ବର୍ଷାରେ ଉତ୍ତରଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚୁଲିଙ୍ଗେଶ୍ୱର ଝରଣା ପାଣିରେ ବୁଡି ଯାଇଛି ।ପ୍ରଖର ସ୍ରୋତ ଆସିବାରୁ ପଞ୍ଚ ଲିଙ୍ଗେଶ୍ୱରଙ୍କୁ ସ୍ପର୍ଶ କରିବା ଓ ପାଖକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ମନ୍ଦିର ବାହାରେ ଭୋଗ କରି ଫେରିବା ପାଇଁ ଭକ୍ତଙ୍କୁ କୁହାଯାଇଛି। ଏଥିପାଇଁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି।

ଝରଣା ପାଣିର ପ୍ରଖର ସ୍ରୋତ ନ କମିବା ଯାଏ ଲିଙ୍ଗକୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି। ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେବେ ବାହାର ରାଜ୍ୟରୁ ଆସିଥିବା ଭକ୍ତଭମାନେ ବାବାଙ୍କୁ ଦର୍ଶନ କରିନପାରିବାରୁ ନିରାଶ ହୋଇ ଫେରିଛନ୍ତି।

Exit mobile version