Site icon UTKAL PRATIDIN

ଶ୍ରୀମନ୍ଦିରରେ ବରିଷ୍ଠ ସେବାୟତଙ୍କୁ ଆକ୍ରମଣ

IMAGE_1729310021

ଶ୍ରୀମନ୍ଦିରରେ ଦିନକୁ ଦିନ ଅଶାନ୍ତି ବଢ଼ିବାରେ ଲାଗିଛି ।ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ନିଲମ୍ବିତ କରିଛନ୍ତି ।

ଏଥିସହ ମହାପ୍ରଭୁଙ୍କ ସେବା ପୂଜାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ତାଙ୍କ ପ୍ରବେଶ ଉପରେ ବି ନିଷିଦ୍ଧାଦେଶ ଜାରି କରାଯାଇଛି। ବରିଷ୍ଠ ସେବାୟତଙ୍କୁ ଆକ୍ରମଣ ଘଟଣାରେ ପନ୍ତିବଡ଼ୁ ସେବକ ଚନ୍ଦନଙ୍କ ସଂପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ମୁଖ୍ୟ ପ୍ରାଶସକ ଏହି କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ପରବର୍ତ୍ତୀ ସମୟରେ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତି ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି।

Exit mobile version