Site icon UTKAL PRATIDIN

ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ, ୩ଟି ପ୍ରସ୍ତାବରେ ବାଜିଲା ମୋହର

odisha-assembly (2)

ବିଧାନସଭାରେ ବସିଥିବା ରାଜ୍ୟକ୍ୟାବିନେଟ ବୈଠକ ଶେଷ ହୋଇଛି ।ଏହି ଗୁରୁତ୍ୱପୂର୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତାରେ ଏହି ବୈଠକ ବସିଥିଲା ।ଏହି ବୈଠକର ଗୁରୁତ୍ୱପୁର୍ଣ ନିଷ୍ପତିରେରେ ମୋହନ ମଧ୍ୟ ଉପସ୍ଥିତ ଥିଲେ ।ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅଗ୍ନିବୀରମାନଙ୍କୁ ପୋଲିସ, ଅଗ୍ନିଶମ ବାହିନୀ, ବନକର୍ମଚରୀ ଏବଂ ଓଡ୍ରାଫ ଆଦି ସଂସ୍ଥା ନିଯୁକ୍ତିରେ ସଂରକ୍ଷଣ ରହିବ।

ଗୋପାଳପୁର ପୋର୍ଟର ୯୫ ପ୍ରତିଶତ ସେୟାରକୁ ଆଦାନୀ ଗ୍ରୁପକୁ ପ୍ରଦାନ କରାଯାଇଛି। ଫଳରେ ଗୋପାଳପୁର ବନ୍ଦରର ଉନ୍ନତିକରଣ କରାଯାଇପାରିବ। ଏହାଦ୍ଵାରା ରାଜ୍ୟରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ିବ ।

Exit mobile version