Site icon UTKAL PRATIDIN

ବଡ ଧରଣର ଏନକାଉଣ୍ଟର, ୩୦ ମାଓବାଦୀ ନିହତ, ଜଣେ ଯବାନ ସହିଦ

WhatsApp Image 2025-05-21 at 12.12.57 PM

ମାଲକାନଗିରି: ମାଲକାନଗିରିରେ ଦେଖିବାକୁ ମିଳିଛି ବଡ଼ ମାଓ ଏନକାଉଣ୍ଟର । ଛତିଶଗଡସ୍ଥିତ ଅବୁଝମାଡ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡିଛି । ଯେଉଁଥିରେ ମୋଟ ୩୦ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ସଂଖ୍ଯା ବଢିବାର ମଧ୍ଯ ସମ୍ଭାବନା ରହିଛି ।  ଏବେ ବି ଅବୁଝମାଡରେ ଗୁଳିବିନିମୟ ଜାରି ରହିଥିବା କୁହାଯାଉଛି  ।

ସୂଚନା ଅନୁସାରେ,  ଅବୁଝମାଡ ନିକଟ ଜଙ୍ଗଲରେ ମାଓ କମାଣ୍ଡର  ‘ବାସବ ରାଜ’ ଲୁଚି ରହିଥିବା ଖବର ମିଳିବା ପରେ ବୁଧବାର ସକାଳେ ୪ଟି ଜିଲ୍ଲା ଯଥାକ୍ରମେ, ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଁଓ ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ଙ୍କ ମିଳିତ ଅପରେସନ କରାଯାଇଥିଲା । ‘ବାସବ ରାଜ’ ଜଣେ ଦୁର୍ଦ୍ଦାନ୍ତ ମାଓ ନେତା ହୋଇଥିବା ବେଳେ ତାଙ୍କୁ ଧରାଇ ଦେବା ପାଇଁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଥିଲା । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲେ ‘ବାସବ ରାଜ’ । ଏବେ ବି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ତେବେ ଅପରେସନ ବେଳେ ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି ।

ମାଓ କ୍ୟାମ୍ପକୁ ପୁରା ଆମ୍ବୁସ ବିଛାଇଥିଲେ ସୁରକ୍ଷାକର୍ମୀ । ଯବାନଙ୍କ ଗୁଳିରେ ୩୦ ମାଓବାଦୀ ନିପାତ ହୋଇଛନ୍ତି । ଏନକାଉଣ୍ଟରରେ ଟପ୍ ମାଓ ନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାଓ ନେତା ବାସବ ରାଜ ନିହତ ହୋଇଥିବା ଖବର ମିଳିଛି । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲା ବାସବରାଜ । ତାଙ୍କ ଉପରେ ୧.୫୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । DRG ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଅପରେସନ ରେ ମାଓବାଦୀ ଗୁଳିରେ ଜଣେ ଯବାନ ଗୁରୁତର ହୋଇଛନ୍ତି ।

ଏନେଇ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସୂଚନା ଦେଇଛନ୍ତି । ଏହି ଅପରେସନରେ ୧୦ ହଜାରରୁ ଅଧିକ ଯବାନ ସାମିଲ ଅଛନ୍ତି । ୫୦ ଘଣ୍ଟାର ଅପରେସନରେ ୩୦ରୁ ଉର୍ଦ୍ଧ୍ଵ ନକ୍ସଲ ନିପାତ ହୋଇଛନ୍ତି । ଯବାନଙ୍କୁ ବଡ଼ ସଫଳତା ମିଳିଛି । ନାରାୟଣପୁର, ବିଜାପୁର ଏବଂ ଦାନ୍ତେୱାଡା ଜିଲ୍ଲାରେ ଡିଆରଜି ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଏବେବି ଜାରି ରହିଛି ।

Exit mobile version