Site icon UTKAL PRATIDIN

୧୪୦୦ ଶ୍ରଦ୍ଧାଳୁଙ୍କୁ ନେଇ ଅଯୋଧ୍ୟା ଗଲା ଆସ୍ଥା ସ୍ପେଶାଲ ଟ୍ରେନ୍

Aastha-Special-Train

ଭୁବନେଶ୍ୱର: ମଙ୍ଗଳବାର ଭୁବନେଶ୍ବରରୁ ଅଯୋଧ୍ୟା ଅଭିମୁଖେ ଗଲା ଆସ୍ଥା ସ୍ପେଶାଲ ଟ୍ରେନ୍। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ରାମଲଲାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଧରି ଏହି ସ୍ପେଶାଲ ଟ୍ରେନ୍ ବାହାରିଲା। ଆସ୍ଥା ସ୍ପେଶାଲ ଟ୍ରେନରେ ପ୍ରାୟ ୧୪୦୦ ରାମ ଭକ୍ତ  ଅଯୋଧ୍ୟା ଯାଉଛନ୍ତି।

ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ ଟି ସ୍ଲିପର କୋଚ୍ ଥିବାବେଳେ ପ୍ରତି କୋଚରେ ୭୨ ଟି ସିଟ୍ ରହିଛି । ଏହି ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯାଇଛନ୍ତି।

ପରବର୍ତ୍ତୀ ସମୟରେ କଟକ, ପୁରୀ ଏବଂ ଭଦ୍ରକରୁ ଏହି ଟ୍ରେନ୍ ଯିବ। ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ହୋଇଛି। ପ୍ରତିଦିନ ରାମଲାଲାଙ୍କୁ ଦର୍ଶନ କରିବା ଲାଗି  ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।

Exit mobile version