Site icon UTKAL PRATIDIN

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର

nibe

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଜଟଣୀର ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତି ।୫୦ହଜାର ତାଙ୍କ ଲାଞ୍ଚ ନେଲା ବେଳେ ନିବେଡ଼ିତାଙ୍କୁ ଧରିଛି ଭିଜିଲାନ୍ସ ଅଧିକାରୀ ।ବାକିଆ ବିଲ୍ଲ କ୍ଲିୟର କରିବାକୁ ଲାଞ୍ଚ ନେଉଥିବା ସୂଚନା ମିଳିଛି । ଭୁବନେଶ୍ୱର ଭିଜିଲାନ୍ସ ପୋଲିସ କେଶ ନମ୍ବର ୧୬/୨୦୨୪ ଧାରା ୭ ଅନୁଯାୟୀ ଏହି କେଶ ଫାଇଲ କରିଛି ।ଏହି ଘଟଣାରେ ତଦନ୍ତ ମଧ୍ୟ ଜାରି ରହିଛି ।ଭିଜିଲାନ୍ସ ଅଧିକାରୀ ତାଙ୍କ ସମ୍ପତି କେତେ ପରିମାଣରେ ରହିଛି ତାହାର ତଦନ୍ତ ଜାରି ରଖିଛି ।

ଜଣେ ଠିକାଦାରଙ୍କଠାରୁ ୫୦ହଜାର ଲାଞ୍ଚ ନେଉଥିଲା ବେଳେ ତାଙ୍କୁ ରେଡହାଣ୍ଡରେ ଧରିଛି ଭିଜିଲାନ୍ସ ।ଯୋଜନା ଅନୁସାରେ ଆଜି ଠିକାଦାର ତାଙ୍କ ନେଇ ଶ୍ରୀମତୀ ନିବେଦିତାଙ୍କ ଖଣ୍ଡଗିରି ବାସଭବନକୁ ଯାଇଥିଲେ ,ଏବଂ ତାଙ୍କ ହାତକୁ ବଢ଼ାଇଦେଇଥିଲେ । ଠିକ ସେତିକିବେଳେ ସାଧା ପୋଷାକରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କ ଘରକୁ ପଶି ରେଡ କରିଥିଲେ । ବହୁଦିନ ହେବ ବ୍ଲକ ରେ ପିସି କାରାବରାଳକୁ ନେଇ ଅଭିଯୋଗ ହେଉଥିଲା ।ଏହାକୁ ନେଇ ବ୍ଲକ ରେ ରାଜନୀତି ମଧ୍ୟ ବଢ଼ିବାରେ ଲାଗିଥିଲା । ନିବେଦଇତାଙ୍କ ଲାଞ୍ଚ ନେବା ଘଟଣା ସାମ୍ନାକୁ ଆସିବା ପରେ ପିସି ଅଭିଯୋଗ ସତ ବୋଲି ପ୍ରମାଣିତ ହେବ ସହ ଜଟଣୀ ଅଂଚଳରେ ଏହା ଆଲୋଚନାର ବିଷୟ ପାଲଟିଛି ।

Exit mobile version