ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନ ଆରମ୍ଭରୁ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଗୃହରେ ସର୍ବପ୍ରଥମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସୂର୍ଯ୍ୟ ନାରାୟଣ ପାତ୍ର ଚଳିତ ବିଧାନସଭାରେ ଆସୀନ ସଦସ୍ୟ ରହିଥିଲେ । କିନ୍ତୁ ଶୋକର ବିଷୟ ଏହିକି ଯେ ଗତ ୨ ତାରିଖ ଦିନ ସେ ତାଙ୍କର ଅନ୍ତିମ ନିଶ୍ୱାସ ତ୍ୟାଗ କରିଥିଲେ l
ଏଥିସହ ଅଧିବେଶନ ପ୍ରାରମ୍ଭରୁ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଣିଥିବା ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ନେତାମାନେ ମଧ୍ୟ ସମର୍ଥନ କରିଛନ୍ତି । ଏହାସହ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ମଧ୍ୟ କରିଛନ୍ତି ଗୃହର ସମସ୍ତ ସଦସ୍ୟ ।
ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏଥିରେ ଅନେକ ପ୍ରସ୍ତାବ ଅଗତ ହେବାସହ ମୋହର ବାଜିବାର ଆଶା କରାଯାଉଛି l ଆଜି ଅପରାହ୍ନରେ ଅତିରିକ୍ତ ବଜେଟ ଆଗତ କରାଯିବାର ସୂଚନା ରହିଛି । ପ୍ରାୟ ୨୧ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।