Site icon UTKAL PRATIDIN

୨୩ ନୁହେଁ, ୨୫ରେ ହେବ ବିଧାନସଭା ନିର୍ବାଚନ

56

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୩ ତାରିଖ ବଦଳରେ ନଭେମ୍ବର ୨୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ନଭେମ୍ବର ୨୩ ତାରିଖରେ ରାଜ୍ୟରେ ଅନେକ ବିବାହ ରହିଛି ତେଣୁ ମତଦାନ ପ୍ରଭାବିତ ହେବାର ସମ୍ଭାବନାକୁ ଦେଖି ରାଜନୈତିକ ଦଳ ଓ ସାମାଜିକ ସଂଗଠନର ପ୍ରତିନିଧିମାନେ ଉଦବେଗ ପ୍ରକାଶ କରିବା ପରେ ଏହି ପରିବର୍ତ୍ତନ କରାଯାଇଛି।

ଅଧିକ ସଂଖ୍ୟକ ମତଦାନ ସୁନିଶ୍ଚିତ କରିବା ପାଇଁ ତାରିଖରେ ପରିବର୍ତ୍ତନ କରାଯାଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ବିବୃତିରେ କୁହାଯାଇଛି। ୨୦୦ ବିଧାନସଭା ଆସନ ବିଶିଷ୍ଟ ରାଜସ୍ଥାନରେ ଏବେ କଂଗ୍ରେସ ନେତୃତ୍ୱାଧୀନ ସରକାର ରହିଛି।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ସହିତ ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଜୋରଦାର ପ୍ରଚାର ଚାଲିଛି।

ମିଜୋରାମ – ନଭେମ୍ବର ୭ ଭୋଟ ଗ୍ରହଣ, ଡିସେମ୍ବର ୩ରେ ଭୋଟ ଗଣତି
ଛତିଶଗଡ଼ – ନଭେମ୍ବର ୭ ଓ ୧୭ ଭୋଟ ଗ୍ରହଣ , ଡିସେମ୍ବର ୩ରେ ଭୋଟ ଗଣତି
ମଧ୍ୟପ୍ରଦେଶ – ନଭେମ୍ବର ୧୭ ଭୋଟ ଗ୍ରହଣ , ଡିସେମ୍ବର ୩ରେ ଭୋଟ ଗଣତି
ରାଜସ୍ଥାନ – ନଭେମ୍ବର ୨୫ ଭୋଟ ଗ୍ରହଣ , ଡିସେମ୍ବର ୩ରେ ଭୋଟ ଗଣତି
ତେଲେଙ୍ଗାନା – ନଭେମ୍ବର ୩୦ ଭୋଟ ଗ୍ରହଣ , ଡିସେମ୍ବର ୩ରେ ଭୋଟ ଗଣତି

୫ଟି ଯାକ ରାଜ୍ୟରେ ଡିସେମ୍ବର ୩ ରେ ଭୋଟ ଗଣତି ହେବ । ଡିସେମ୍ବର ୫ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

Exit mobile version