କଟକ ବାଲିଯାତ୍ରାରେ ଅପ୍ରୀତିକର ପରିସ୍ଥିତି ।କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜ୍ ଉପରୁ ଓହ୍ଲାଇଦେଲା ପୋଲିସ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଠୁଛି ପଡ଼ୁଛି କଟକର ଐତିହାସିକ ବାଲିଯାତ୍ରାସନ୍ଧ୍ୟା ହେଲେ ବଡ଼ ବଡ଼ କଳାକାରଙ୍କ ନାଚଗୀତ ଦେଖିବାକୁ ଜମୁଛି ଭିଡ଼ ।ଏହି କ୍ରମରେ ଶନିବାର ବୈଷ୍ଣବ ପାଣୀ ମଂଚରେ ଚାଲିଥିଲା କାର୍ଯ୍ୟକ୍ରମଷ୍ଟେଜ ଉପରେଗୀତ ଗାଇବାକୁ ଚଢ଼ିଥିଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଅସୀମାଙ୍କ ଗୀତ ଆରମ୍ଭରୁ ତାଳଦେଇ ଝୁମୁଥିଲେ ଦର୍ଶକ ହେଲେ ହଠାତ୍ ଅଧାରୁ ବନ୍ଦ ହେଲା କାର୍ଯ୍ୟକ୍ରମ ଅସୀମାଙ୍କୁ ମଂଚରୁ ଓହ୍ଲାଇଦେଲେ ପୋଲିସ ପ୍ରଶାସନ ମଞ୍ଚରୁ ଅସୀମାଙ୍କୁ ଓହ୍ଲାଇଦେବା ସହ କାର୍ଯ୍ୟକ୍ରମ ବନ୍ଦ କରିଥିଲା ପୋଲିସ ।
ସମୟ କଟକଣା ନେଇ ବନ୍ଦ ହୋଇଥିଲାକାର୍ଯ୍ୟକ୍ରମ ଗାଇଡଲାଇନ ଅନୁଯାୟୀ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯିବ ।ଅସୀମା ରାତି ୧୦ଟା ୨୦ ପର୍ଯ୍ୟନ୍ତ ଗୀତ ଗାଉଥିଲେ ଯାହାକୁ ବିରୋଧ କରି କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଥିଲା କମିଶନରେଟ ପୋଲିସପରେ ହଜାର ହଜାର ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।