Site icon UTKAL PRATIDIN

ଏସିୟ କ୍ରୀଡା : କ୍ରିକେଟରେ ଭାରତକୁ ମିଳିଲା ସ୍ଵର୍ଣ୍ଣ

mb2th0f8_team-india-afp_625x300_07_October_23

ଚଳିତବର୍ଷ ଏସିୟ କ୍ରୀଡାରେ ଇତିହାସ ପରେ ଇତିହାସ ସୃଷ୍ଟି କରିଚାଲିଛି ଭାରତ l ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଖେଳୁଥିବା ଭାରତୀୟ ମେନ୍ସ କ୍ରିକେଟ ଦଳ ହାସଲ କରିଛି ସ୍ୱର୍ଣ୍ଣ ପଦକ । ବର୍ଷା ବାଧକ ସତ୍ତ୍ୱେ ବି ହାର ନମାନି ଭାରତୀୟ କ୍ରିକେଟ ଦଳ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି ।

ଆଜି ଭାରତ ଓ ଆଫଗାନିସ୍ତାନ ଫାଇନାଲ ମ୍ୟାଚରେ ମୁଁହାମୁହିଁ ହୋଇଥିଲେ l ମ୍ୟାଚ ସମୟରେ ବର୍ଷା ବାଧକ ସାଜିଥିଲା । ଫଳରେ ମ୍ୟାଚଟି ଠିକ ଭାବରେ ଖେଳାଯାଇ ପାରି ନଥିଲା l କିନ୍ତୁ ଏହା ସତ୍ତ୍ୱେ ରାଙ୍କିଂ ଅନୁସାରେ ଭାରତ ଆଗରେ ଥିବାରୁ ଭାରତକୁ ସ୍ୱର୍ଣ୍ଣ ବିଜୟୀ ଘୋଷଣା କରାଯାଇଛି । କ୍ରିକେଟରେ ସ୍ଵର୍ଣ୍ଣ ହାସଲ କରିବା ପରେ ଭାରତ ପାଖରେ ଏବେ ୨୭ଟି ସ୍ୱର୍ଣ୍ଣ, ୩୫ ରୌପ୍ୟ ଏବଂ ୪୦ ବ୍ରୋଞ୍ଜ ପଦକ ରହିଛି l

Exit mobile version